ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ତୁର୍ଲା (ଟିଟିଲାଗଡ଼) ଫାଇନାଲରେ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ସେମିଫାଇନା ମ୍ୟାଚ୍‌ ତୁର୍ଲା (ଟିଟିଲାଗଡ଼) ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତୁର୍ଲା (ଟିଟିଲାଗଡ଼) ଦଳ ୨-୦ ଗୋଲରେ ଜୁନାଗଡ଼କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍‌କୁ ଲଳିତ ସାହୁ, ଲଳିତ ଦାସ, ପିଙ୍କୁ ଚନ୍ଦନ, ରଶ୍ମିରଂଜନ ଲେଙ୍କା ପରିଚାଳନା କରିଥିଲେ । ଏହି ମ୍ୟାଚ୍‌ରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ରିଷିଡା ସମିତିସଭ୍ୟ ନିମାଇଁଚରଣ ବେହେରା, ଜିଲ୍ଲା ବିଜୁ ଯୁବ ଜନତା ଦଳ କାର୍ଯ୍ୟକାରୀ ସଦସ୍ୟ ଚିନ୍ମୟ ମିଶ୍ର, ସମାଜସେବୀ ପ୍ରଦୀପ ଗହୀର, ସାମ୍ବାଦିକ ସତ୍ୟନାରାୟଣ କୁମାର, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା ଅତିଥି ଭାବେ ଯୋଗ ଦେଇଥିଲେ । ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ଯୁବାମଞ୍ଚ ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା ଟୁର୍ଣ୍ଣାମେଣ୍ଟ ସମ୍ପାଦକ ସୌମ୍ୟରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧକ୍ଷ ଲିପୁନ ରଣା, ସହସମ୍ପାଦକ ଶ୍ରବଣ ପୁଟା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିବା ବେଳେ କମ୍ବୁପାଣିସାହୁ, ମଧୁସୂଦନ ବାଗ ଧାରା ବିବାରଣୀ ପ୍ରଦାନ କରିଥିଲେ । ସ୍କୋରବୋର୍ଡ ଦାୟିତ୍ୱରେ ଗୋବର୍ଦ୍ଧନ ମାଝୀ ରହିଥିଲେ । ରବିବାର ଫାଇନାଲ ମ୍ୟାଚ୍‌ ତୁର୍ଲା (ଟିଟିଲାଗଡ଼) ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!