oom

ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସାନମୂଲା ଚାମ୍ପିୟନ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାନମୂଲା ଓ ବରତୁଣ୍ଡା ଦଳ ଫାଇନାଲ ମ୍ୟାଚ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ମ୍ୟାଚ୍‌ରେ ବରତୁଣ୍ଡାକୁ ପରାସ୍ତ କରି ସାନମୂଳା ଦଳ ଚାମ୍ପିୟନ ହୋଇଥିଲା । ରେଫରି ପ୍ରେମ ସଗରିଆ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ କୁବେର ବେହେରା ଓ ଦୁର୍ମନ ହଂସ ସହଯୋଗ କରିଥିଲେ । ଖଗେଶ୍ୱର ବେହେରା ଓ କୁଶଧ୍ୱଜ ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ହୁଲେଶ୍ୱର ହଂସ, କପିଲାଭଟା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅମୃତ ଭୋଇ, ତେତେଲପଡା ସ୍କୁଲର ଶିକ୍ଷକ କୀର୍ତ୍ତନ ବେହେରା, କପିଲାଭଟା ହାଇସ୍କୁଲର କିରାଣୀ ବୃନ୍ଦାବନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଦଳକୁ ଅର୍ଥ ରାଶି ପ୍ରଦାନ କରିଥିଲେ । ଆୟୋଜକ କମିଟିର ଆଶିଷ ବେହେରା, ଟୁନା ହଂସ, ବିକାଶ ହଂସ, ପ୍ରଦୀପ ବେହେରା, ରଶ୍ମି ରଞ୍ଜନ ହଂସ, ଟିକେଶ୍ୱର ବିଶି, ରୋଷନ ବିଶି, ଡାରେଟ ହଂସ, ଭକ୍ତ ହଂସ, ପ୍ରକାଶ ହଂସ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.