oum

ଛତ୍ରପୁରରେ ଚାଲିଥିବା ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ୱିତୀୟ ଦିନରେ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନିଷ୍ଟାଡିୟମରେ ଚାଲିଥିବା ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ୧୭ ବର୍ଷରୁ କମ୍‌ ବୟସର ସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶନିବାର ଦିନ ଆରମ୍ଭ ହୋଇଥିବା ଏହି ଦୁଇଦିନିଆ ମେଚ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବ୍ରହ୍ମପୁର ସହ ବେଗୁନିଆପଡ଼ା, ଆସ୍କା ସହ ଦିଗପହଣ୍ଡି, ହିଞ୍ଜିଳିକାଟୁ ସହ ବେଳଗୁଣ୍ଠା, ଭଞ୍ଜନଗର ସହ ଛତ୍ରପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି । ଏଥିରେ ବ୍ରହ୍ମପୁର, ହିଞ୍ଜିଳିକାଟୁ, ଭଞ୍ଜନଗର, ଦିଗପହଣ୍ଡି ବିଜୟୀ ହୋଇଥିବା ବେଳେ ଫାଇନାଲ୍ ମେଚ୍‌ ଦେଖିବା ପାଇଁ ସମସ୍ତେ ବ୍ୟଗ୍ର ଅଛନ୍ତି । ଏହା ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ଏକ ମନୋରମ ଭବ୍ୟ ଉତ୍ସବରେ ଶ୍ରେଷ୍ଠ କ୍ରୀଡାବିତଙ୍କୁ ଭବ୍ୟ ସାମାରୋହରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଛତ୍ରପୁର ବିଧାୟକ ସୁବାଷଚନ୍ଦ୍ର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର, କ୍ରୀଡ଼ା ସଂଗଠନର ସମ୍ପାଦକ ଭାଗିରଥୀ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ଅଛନ୍ତି । ଛତ୍ରପୁର ଅନସ୍ଲୋ ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଆସୁଛନ୍ତି ।

Leave A Reply

Your email address will not be published.