ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତ୍ରୟୋଦଶ ଦିବସ

  • ଏପିଜେ ଲୋଇସିଂହା ଓ ଏଏ ଅମାମୁଣ୍ଡା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆୟୋଜିତ ଆଜି ସୁପର ନକ ଆଉଟ ଖେଳ ଗାନ୍ଧୀ ଷ୍ଟାଡିୟମ ଠାରେ ଏପିଜେ ଲୋଇସିଂହା ୨-୧ ଗୋଲରେ ଜିୱାଇଡିସି ନକଟାସରକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । ଅତିଥି ଭାବେ ପୂର୍ବତନ ଲୋଇସିଂହା ବିଧାୟକ ରମାକାନ୍ତ ସେଠ, ସଂସଦର ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ରାଜ୍ୟସ୍ତରୀୟ ଫୁଟବଲ ଓ ଭଲିବଲ ଖେଳାଳି ଅଜିତ କୁମାର ସାହୁ ଓ ଜୟରାମ ମିଶ୍ର ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ଶୁଶାନ୍ତ ନାଗ, ଶ୍ରବଣ କୁମାର ବାଗ ଓ ସୁଦୟ ବାରିକ ପରିଚାଳନା କରିଥିଲେ । ସେହିପରି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଅମାମୁଣ୍ଡା ଏଏ ୩-୦ ଗୋଲରେ ଖୁଣ୍ଟସମଲେଇକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଛି । କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ ଅତିଥି ଭାବରେ ପୂର୍ବତନ ଫୁଟବଲ ଖେଳାଳି ସୁନିଲ ଚନ୍ଦ୍ର ବିଶ୍ୱାଲ, ସଂସଦର ବରିଷ୍ଠ ସଦସ୍ୟ ଶରତ କୁମାର ନନ୍ଦ ଓ ପୂର୍ବତନ ଖେଳାଳି ପ୍ରଦୀପ ମହାରଣା ଯୋଗ ଦେଇଥିଲେ । ରେଫରି ଭାବରେ ଦେବରାଜ ନାହାକ, ସୁଧାଂଶୁ ସେଠ, ସଂଜୀବ ମହାରଣା ଓ ସୁଦର୍ଶନ ସେଠ ଖେଳ ପରିଚାଳନା କରିଥିଲେ । ଗାନ୍ଧୀ ଷ୍ଟାଡିୟମ ଠାରେ ଖେଳ ଆରମ୍ଭ ପୂର୍ବରୁ ସଂସଦର ଭଲିବଲ ସଂପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମା ସଦଗତି ପାଇଁ ସହଶ୍ରାଧିକ ଦର୍ଶକଙ୍କ ଗହଣରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ସଂପାଦକ ହେମନ୍ତ ବେହେରା ଓ ସଦାଇପାଲି ଠାରେ ସିଦ୍ଧେଶ୍ଵର ମିଶ୍ରଙ୍କ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହୋଇଥିଲା ।

୧୭ ତାରିଖ ଶନିବାର ଦିନ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ କୁଶଙ୍ଗ ଏଫ୍‌ଟି ବନାମ ଚୁଡାପାଲି ନବଜ୍ୟୋତି ଓ ପଲ୍ଲୀଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଏନ୍‌ଏସ୍‌ ସ୍ପୋଟିଂ ବଲାଙ୍ଗିର ବନାମ ବିଏନ୍‌ଏଏ ଜରାସିଂହା ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!