କନ୍ଧେନବାହାଲିରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ପ୍ରଥମ ଦିନରେ କରେଲଧୁଆ ଦଳ ବିଜୟୀ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଡେଙ୍ଗ ସରର୍ଗି ଖେଳପଡିଆଠାରେ କନ୍ଧେନବାହାଲି ବୁଢ଼ାଦେଓ ଫୁଟ୍‌ବଲ କମିଟି ଆନୁକୂଲ୍ୟରେ ପ୍ରଥମ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ମ୍ୟାଚରେ କରେଲଧୁଆ ଦଳ ଓ ଘୁଚିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କରେଲଧୁଆ ଦଳ ୩-୦ ଗୋଲରେ ବିଜୟୀ ହୋଇଥିବା ବେଳେ ଏହାର ଦ୍ଵିତୀୟ ଖେଳରେ ଖୁସମାଲ ଦଳ ଓ ସମାଚୁଆଁ ମଧ୍ୟରେ ଖେଳ ହେବାର ଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ସମାଚୁଆଁ ଦଳ ଆସି ନ ପାରିବାରୁ ଖୁସମାଲ ଦଳଙ୍କୁ ୱାକଭର ଦିଆଯାଇଥିଲା । ଉକ୍ତ ଖେଳକୁ ଶିକ୍ଷକ ଗଣେଶ ଭୋଇ ପରିଚାଳନା କରିଥିବା ବେଳେ ନରେନ୍ଦ୍ର ଜାଲ ଓ କନିଷ୍ଠ ଯାନୀ ସହଯୋଗ କରିଥିଲେ । ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏମବିସି ଟିଭିର ଜିଲ୍ଲା ପ୍ରତିନିଧି ନାରାୟଣ ସାହୁ ଓ ଯୁବ ସମାଜସେଵୀ ବୁବୁନ ପାଣିଗ୍ରାହୀ ଯୋଗଦେଇ ଉଭୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କମିଟିର ସଭାପତି ସୁରେନ୍ଦ୍ର ଧରୁଆ, ସମ୍ପାଦକ ପୃଥ୍ୱୀରାଜ କୁଅର, ଦେବର୍ଚ୍ଚନ କୁଅର, ସୁଶୀଲ ଭୋଇ, ରିଙ୍କୁ ଭୋଇ, ମାନସ ଧରୁଆ, ହରି ବାଗ, ଅମରେଶ ପୁଟା, ଚିତ୍ରସେନ ଭୋଇ, ଦେବରାଜ ଭୋଇ, ପିଙ୍କୁ ଭୋଇ, କୈଳାଶ ଭୋଇ, ସୁରେଶ ଭୋଇ, ରିକୁ ଜାଲ ଓ ସୁପ୍ରସନ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.