lika

ଅଲ୍‌ ଓଡ଼ିଶା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ : କଟକ ବିଜୟୀ

gbag

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ସ୍ଥାନୀୟ ଖେଳ ପଡିଆଠାରେ ତୃତୀୟ ବର୍ଷ ପାଇଁ ମା’ ଘଣ୍ଟା ଶୁଣି ଅଲ୍‌ ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ନେଇ ଏହି ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖେଳକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ କଟକ ଓ ଦେବଗଡ଼ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୨-୧ରେ କଟକ ବିଜୟୀ ହାସଲ କରିଥିଲା । ଏହି ଅବସରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ବିଜୟୀ ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହରେକୃଷ୍ଣ ରଣା ମଧ୍ୟ ଯୋଗଦେଇ ଥିଲେ । ପୁରନ୍ଦର ରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିନୋଦ ବିହାରୀ ବେହେରା ଖେଳ ପରିଚାଳନା କରିଥିବା ବେଳେ ଜିତେନ୍ଦ୍ର ଜାଲ, ରାଜେଶ ପୋଡ଼, ବିକି ଜି ନାଗ ଲାଇନ୍ସମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । କମିଟି ସଭାପତି ପିଙ୍କୁ ରଣା, ସମ୍ପାଦକ ପପୁ ରଣା, କୋଷାଧ୍ୟକ୍ଷ ଅଜିତ କୁମାର ହାତୀ, ବବୁଲ ବେହେରା, ବିସିକେଶନ ରଣା, ଆଲୋକ ରଣା, ଅଜିତ ବେହେରା, ଅନୀଲ ବେହେରା, ରାଜେଶ ବେହେରା, ପ୍ରଦ୍ୟୁମ୍ନ ସାହୁ, ସୁଶାନ୍ତ ବେହେରା, ବିକ୍ରମ ବେହେରା, ପ୍ରସାଦି ରଣା, ଗୁଣ ମାଝୀ, ସୁବାଷ ରଣା, ସତ୍ୟ ରଣା, ଶାନ୍ତନୁ ରଣା, ବିକାଶ ରଣା, ସୁଧୀର ରଣା ପ୍ରମୁଖ ସହଯୋଗ କରିଥିବା ବେଳେ କିମିଟି ସଭାପତି ପିଙ୍କୁ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

baba
Leave A Reply

Your email address will not be published.