ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୪ ତାରିଖରୁ ୮ଟି ଦଳକୁ ନେଇ ଆରମ୍ଭ ହୋଇଥିବା ୭୭ତମ ଆଞ୍ଚଳିକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆର୍.କେ. ଷ୍ଟିଲ, ବଲାଙ୍ଗିର ଓ କୁଶଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ଖେଳରେ କୁଶଙ୍ଗ ଦଳ, ଆର.କେ. ଷ୍ଟିଲ ବଲାଙ୍ଗିର ବିପକ୍ଷରେ ଏକମାତ୍ର ଗୋଲ ଦେଇ ୧-୦ରେ ବିଜୟୀ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ବିଶ୍ୱାଲ ଓ ସମ୍ମାନୀତ ଅତିଥି ଭାବେ କିଶୋର ଚନ୍ଦ୍ର ବିଶ୍ୱାଳ ଓ ପରାସର ବାଗ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଥିଲେ । ଉଦ୍ଯାପନୀ ଉତ୍ସବରେ କାର୍ଯ୍ୟକ୍ରମକୁ ମଧୁସୁଦନ ପ୍ରଧାନ ପରିଚାଳନା କରିଥିଲେ । ଏହି ଫାଇନାଲ ମ୍ୟାଚ୍କୁ ଦେଖିବା ପାଇଁ ଆଖପାଖ ଗ୍ରାମର ହଜାର ହଜାର ଦର୍ଶକ ଉପସ୍ଥିତ ଥିଲେ ।
Prev Post