ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଢ଼ଖାଇ ଖେଳ ପଡିଆଠାରେ ଆଜିଠାରୁ ୩ୟ ବର୍ଷ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିନରେ ପହଞ୍ଚିଛି । ଆୟୋଜିତ ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ସାନଗମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ହଂସ, ସମ୍ମାନୀୟ ଅତିଥି ଭାବେ ସମାଜକର୍ମୀ ମକୁନ୍ଦ ବଛା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଷଷ୍ଟ ଦିବସର ପ୍ରଥମ ରାଉଣ୍ଡରେ ମୁରିବାହାଲ ଓ କୁରସୁଡ଼ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଏଥିରେ ମୁରିବାହାଲ ବିଜୟୀ ହୋଇ ଥିଲା । ଦ୍ଵିତୀୟ ରାଉଣ୍ଡରେ ଜୁରାବନ୍ଧ ଓ ମନିଗାଁ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଏଥିରେ ଜୁରାବନ୍ଧ ଦଳ ବିଜୟୀ ହୋଇଥିଲା । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ଦିବ୍ୟ ସଗରିଆ, ଉପସଭାପତି ସୁରେନ୍ଦ୍ର ବଛା, ସମ୍ପାଦକ ଅକୁର ସଗରିଆ, ଯୁଗ୍ମ ସମ୍ପାଦକ ହଜାରୁ ସଗରିଆ, କୋଷାଧ୍ୟକ୍ଷ ଲକ୍ଷ ସଗରିଆ, ଡିସେମ ସଗରିଆ, ସଚିନ ସଗରିଆ, ପୂର୍ଣ୍ଣ ସଗରିଆ, ମନ୍ଟୁ ସଗରିଆ, ଫକୀର ସଗରିଆ ପ୍ରମୁଖ ସହଯୋଗ କରିଥିଲେ ।
Prev Post
Next Post