କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ : ଟକର୍ଲା ଫାଇନାଲରେ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗା ସ୍ଥିତ ଚିନା ବାଡ଼ି ପଡିଆଠାରେ କର୍ଲାମୁଣ୍ଡା ଫୁଟ୍‌ବଲ୍‌ ଟିମ୍‌ ପକ୍ଷରୁ କର୍ଲାମୁଣ୍ଡା କପ୍‌ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟର ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ ଟକର୍ଲା ଓ ମାକରଚୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଟକର୍ଲା ଦଳ ମାକରଚୁଆ ଦଳକୁ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲେ । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ପ୍ରକାଶ ଭୋଇ ବରିଷ୍ଠ, ସାମ୍ବାଦିକ ତଥା କର୍ଲାମୁଣ୍ଡା ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ସମାଜ ସେବୀ ତଥା ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ, ସରଗୁଲ, ମାଲପଡା ସରପଞ୍ଚ ସଂଯୁକ୍ତା ସାହୁ ଓ ଆୟୋଜନ କମିଟିର ସଭାପତି ନନ୍ଦିକିଶୋର ଭୋଇ, ସମ୍ପାଦକ ଡୋଲାମଣି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନା ବିନୋଦ ହେର୍ଣ୍ଣା କରିଥିବା ବେଳେ ତାଙ୍କୁ ଲାଇନରେ ଲଳିତ ସାହୁ ଓ ଲଳିତ ଦାସ ସହଯୋଗ କରିଥିଲେ । ଲୋକେଶ ଗହୀର ଧାରା ବିବାରଣୀ ପ୍ରଦାନ କରିଥିଲେ । ତେବେ ଆସନ୍ତା କାଲିର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ ଚିଚର୍ଲା ଓ ବଗାଡ଼ ମଧ୍ୟରେ ଅନୁଷ୍ଠିତ ହେବ । ମ୍ୟାଚ ପରିଚାଳନାରେ କ୍ଳବ ସଦସ୍ୟ ନୀଳଭୋଇ, ବିରେନ ସାହୁ, ଅନିଲ ସାହୁ, ମୁକେଶ କୁମାର ସାହୁ, ସଲଟି ବଗର୍ତ୍ତି, ସୀତୁ ସାହୁ, ବିରୁ ସାହୁ, ବବଲୁ ସାହୁ, ଜିତ ସାହୁ, ବିପିନ ସାହୁ, ମଣି ମେହେର, କର୍ଣ୍ଣ ଭୋଇ, କୁଞ୍ଜ ସାହୁ, କଳ୍ପ ସାହୁ, ଭୀଷ୍ମ ବାଗ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.