ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ହୋଇଥିବା ପଞ୍ଚମ ଜମ୍ବେଶ୍ୱର ମାଝୀ ଓ ପ୍ରକାଶ କଅଁର ସ୍ମାରକୀ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତତ ହୋଇ ଯାଇଛି । ମଙ୍ଗଳବାର ଅନୁଷ୍ଠିତ ଲିଗ ମ୍ୟାଚ ଖେଳରେ ମହୀପୁର ଦଳ ୨-୧ ଗୋଲରେ ସୋନପୁରକୁ ପରାସ୍ତ କରିଥିଲା । ପରବର୍ତ୍ତୀ ଲିଗମ୍ୟାଚ ଖେଳରେ ତୁଷୁରା ଦଳ ୧-୦ ଗୋଲରେ କୁରୁଲ ଦଳକୁ ହରାଇ ମହୀପୁର ସହିତ ଦ୍ବିତୀୟ ସେମିଫାଇନାଲ ଖେଲିଥିଲା । ଖେଳ ଅମିମାଂଶିତ ହେବାରୁ ଟାଇବ୍ରେକର ଜରିଆରେ ୫-୩ ଗୋଲରେ ତୁଷୁରା ଦଳକୁ ହରାଇ ମହୀପୁର ଦଳ ଗତକାଲିର ସେମି ଫାଇନାଲ ବିଜେତା ଘଣ୍ଟାପଡା ଦଳ ସହିତ ଫାଇନାଲ ଖେଳ ଖେଳିଥିଲା । ଖେଳ ଅମମାଂଶିତ ହେବାରୁ ଟାଇବ୍ରେକର ଜରିଆରେ ୪-୨ ଗୋଲରେ ବିପକ୍ଷ ଘଣ୍ଟାପଡା ଦଳକୁ ପରାସ୍ତ କରି ମହୀପୁର ଚାମ୍ପିଅନ ହୋଇଥିଲା । ପ୍ରଶାନ୍ତ ନାଏକ, ବୀରବାହୁ ମାଝୀ ଓ ସଞ୍ଜିବ ପୋଢ ଖେଳ ପରିଚାଳନା କରିଥିଲେ । ମନ୍ଦରଧର ବେହେରା ଓ ଅଶୋକ ସାହୁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଆଭାସ ନାଏକ ସ୍କୋରର ଦାୟିତ୍ବ ତୁଲାଇ ଥିଲେ ।
ପୁରସ୍କାର ବିତରଣ ଉତ୍ସବରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଏବଂ ଶିଳ୍ପପତି କରୁଣାକର ସାହୁ, ଘଣ୍ଟାପଡା ସରପଞ୍ଚ ଜିତେନ୍ଦ୍ର ପ୍ରସାଦ ଦେହୁରୀ, ସମାଜସେବୀ ପ୍ରେମରାଜ ରଣା, ପ୍ରଶାନ୍ତ ରଣା, ଶରତ ରଣା, ପୂର୍ବ ସବପଞ୍ଚ ଲାଙ୍ଗରାଜ ମଲିକ, ସମିତିସଭ୍ୟ ନିତ୍ୟାନନ୍ଦ ସେନାପତି, ଜୁନିଅର କଲେଜର ଅଧ୍ୟାପକ ପରେଶ ସାହୁ, ଡାକ୍ତର ସଞ୍ଜୟ ନାଏକ, ଶିକ୍ଷାବିତ ନିଳାଞ୍ଚଳ ଭୋଇ, ଶ୍ରୀପତି ମଲିକ,ଶ୍ରୀପଞ୍ଚାନନ କଅଁର, ରମେଶ ପୋଢ, ମନୋଜ ପାଣିଗ୍ରାଣି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ବେଷ୍ଟ ଖେଳାଳୀ ଭାବେ ଯୋଗେଶ୍ବର ଭୋଇ, ବେଷ୍ଟ ଗୋଲକର ଭାବେ ପୁନମ ପାଣିଗ୍ରାହି, ବେଷ୍ଟ ଡିଫେନସର୍ ଭାବ ପ୍ରମୋଦ କଅଁର, ଶାନ୍ତିପ୍ରିୟ ଦଳ ଭାବେ ତୁଷୁରା ଏବଂ ଉଭୟ ଦଳକୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଜମ୍ବେଶ୍ବର ମାଝୀ ଟ୍ରଷ୍ଟର ସୁଶାନ୍ତ ମାଝୀଙ୍କ ନେତୃତ୍ବରେ ଆୟୋଜିତ ଖେଳରେ ଟ୍ରଷ୍ଟ ସଭାପତି ବସନ୍ତ ମାଝୀ, ନାରାୟଣ କଅଁର ଏବଂ ସମଲେଶ୍ବରୀ ସ୍ପୋଟିଂ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।