oom

ବଲାଙ୍ଗିର ଜିଲ୍ଲା ସିନିୟର ତୃତୀୟ ସୁପର ନକଆଉଟ ଫୁଟବଲ ଖେଳ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକଆଉଟ ଫୁଟବଲ ତୃତୀୟ ଖେଳ ଗ୍ରୁପ ଇ ବିଜେତା ବିଏନ୍‌ଏଏ ଜରାସିଂହା ଓ ଗ୍ରୁପ ଏଫ୍‌ ବିଜେତା କୁରସୁଡ ଏପ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛିଫ ବିଏନ୍‌ଏଏ ଜରାସିଂହା ୩-୧ଗୋଲରେ କୁରସୁଡ ଏଫ୍‌ସିକୁ ହରାଇ ତୃତୀୟ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଛି । ଖେଳକୁ ରେଫରି ଭାବେ ସଞ୍ଜିବ ମହାରଣା, ଦେବାଶିଷ ବାଗ, ଶ୍ରବଣ କୁମାର ବାଗ ଓ ନିସାରକାନ୍ତ ନାଗ ପରିଚାଳନା କରିଥିଲେ । ଅତିଥି ଭାବେ ପୂର୍ବ ଖେଳାଳି ସୁଧାନିଧି ହୋତା, ସଦାନନ୍ଦ ନାଏକ, ବିରେନ୍ଦ୍ର ସୁନା, ଶ୍ରୀଧର ବଢିଆ, କ୍ରୀଡା ସଂସଦର ସଦସ୍ୟ ରମାକାନ୍ତ ସେଠ ଓ ନରେଶ ଅଗ୍ରୱାଲ ଯୋଗ ଦେଇଥିଲେ । ସେହିପରି କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂ, କ୍ରୀଡା ସଂସଦର ସଦସ୍ୟ ଅଜିତ କୁମାର ସାହୁ, କ୍ରୀକେଟ ସଂପାଦକ ଓମ୍‌ ପ୍ରକାଶଚନ୍ଦ, କ୍ରୀଡା ସଂପାଦକ ବିଭୁତିଭୂଷଣ ପଣ୍ଡା, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସଂସଦର ବରିଷ୍ଠ ସଦସ୍ୟ ଡା.ସିନ୍ଧେଶ୍ୱର ମିଶ୍ର, ଜୟରାମ ମିଶ୍ର, ଶରତ କୁମାର ନନ୍ଦ ଓ କୈଳାସ ଚନ୍ଦ୍ର କର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୧୦ତାରିଖ ମଙ୍ଗଳବାର ଦିନ ଗ୍ରୁପ ଜିର ବିଜେତା ଜିୱାଇଡିସି ନକଟାସର ବନାମ ଗ୍ରୁପ ଏଚର ବିଜେତା ପ୍ରୋଗ୍ରେସିଭ କ୍ଲବ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.