ପୁଇଁନ୍ତଲା ବ୍ଲକସ୍ତରୀୟ ବିଦ୍ୟାଳୟ ଫୁଟ୍‌ବଲ ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକାମାନଙ୍କ ପୁଇଁନ୍ତଲା ବ୍ଲକସ୍ତରୀୟ ବିଦ୍ୟାଳୟ ଫୁଟ୍‌ବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା କ୍ରୀଡା ପତାକା ଉତ୍ତୋଳନ କରି ଶିବିରକୁ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ । ହେମନ୍ତ ପ୍ରଧାନ ସଭା ପରିଚାଳନା କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୭୨ଜନ ବାଳକ ଓ ବାଳିକା ଯୋଗ ଦେଇଥିଲେ । ମନୋନିତ ବାଳକ ଓ ବାଳିକା ଦଳ ଆସନ୍ତା ୨୭ ରୁ ୨୯ ତାରିଖ ଲେବଡାରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଫୁଟ୍‌ବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ । ମୁଖିରାଜ ବିଶ୍ୱାଲ, ପ୍ରଦ୍ୟୁମ୍ନ ରାଉତ, ସଚିଦାନନ୍ଦ ସାହୁ, ପ୍ରଶାନ୍ତ ମିଶ୍ର, ଆଶିଷ ନାଏକ, ଲାଲ ବାହାଦୁର ବାରିକ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଚୟନ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.