oom

ପ୍ରଥମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ୍‌ ତରଫରୁ ପ୍ରଥମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ଆରମ୍ଭ ହୋଇଯାଇଛି । ଆଜି ଦ୍ଵିତୀୟ ଦିନର ପ୍ରଥମ ମ୍ୟାଚରେ ଅତିଥି ଭାବରେ ନାଗରିକ କମିଟିର ସଭାପତି ରାମଚନ୍ଦ୍ର ତ୍ରିପାଠୀ, ଅମରଦୀପ ଅଗ୍ରୱାଲ ଓ ପ୍ରିଣ୍ଟ ମିଡିଆର ସାମ୍ବାଦିକ ରତ୍ନମଣି ଶତପଥି, ପ୍ରଦୀପ୍ତ କିଶୋର ଦାଶ, ଅଶ୍ୱିନୀ ଧରୁଆ, କିରୋଟି ସାହୁ ଏଥେଲେଟିକ ଏସୋସିଏସନ୍‌ ଉପସଭାପତି ନନ୍ଦ କିଶୋର ମାଝୀ, ସମ୍ପାଦକ ଶିରୀଶ କୁମାର ବହିଦାର ତଥା ସଦସ୍ୟ ଗୋବିନ୍ଦ ଅଗ୍ରୱାଲ, ନିରୋଜ ଦୋରା, ଧନମାଳୀ ସାହୁ, ଲାଳବିହାରୀ ମିଶ୍ର, ନୀଳମାଧବ ଦୋରା, ଅଶ୍ୱିନୀ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ଅତିଥି ଭାବରେ ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଏବଂ ଏଲେକ୍ଟ୍ରୋନିକ୍ସ ମେଡିଆର ସାମ୍ବାଦିକ ବିଜୟ କୁମାର ସାହୁ, ନୀଳ ଦୀପ, ସୋମେଶ ମହାନ୍ତି, ଆଦର୍ଶ ନାଥ, ସୁଶାନ୍ତ ପ୍ରଧାନ ଯୋଗ ଦେଇଥିଲେ । ତେବେ ଚାରି ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବାର ଥିବା ବେଳେ ଆଜି ଦ୍ୱିତୀୟ ଦିନରେ ମୋଟ ଚାରୋଟି ଦଳ ଯଥା ସମ୍ବଲପୁର-ବଲାଙ୍ଗିର ଏବଂ ବିଶାଖାପାଟଣା-ଅନୁଗୁଳ ମଧ୍ୟରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ମ୍ୟାଚରେ ସମ୍ବଲପୁର ଦଳ ୨ଟି ଗୋଲରେ ବଲାଙ୍ଗିରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅନୁଗୁଳ ଦଳକୁ ପେନାଲଟି ମ୍ୟାଚ୍‌ରେ ହରାଇ ବିଶାଖାପାଟଣା ଦଳ ସେମିଫାଇନାଲକୁ ପ୍ରବେଶ କରିଥିଲା । ଏହି ମ୍ୟାଚକୁ ପରିଚାଳନାରେ ସଚ୍ଚିଦାନନ୍ଦ ବହିଦାର, ବିଦେଶୀ ସାହୁ, ଚନ୍ଦ୍ରମଣି ସାହୁ, ହରେକୃଷ୍ଣ ମେହେର, ନରେଶ ବାରିକ, ନରୋତ୍ତମ ପ୍ରଧାନ, ପ୍ରଦୀପ ପତ୍ର, ଜୟପଲ ଭୋଇ, ଭବାନୀ ମାଝୀର ସମସ୍ତ ସଦସ୍ୟମାନଙ୍କ ସହ ଖେଳ ରେଫ୍ରି ଭାବରେ ନୀଳ ନାଏକ, ଅଶ୍ୱିନୀ ମେହେର, ପ୍ରଶାନ୍ତ ବେହେରା, ସୁଧାଂଶୁ ସେଠ, ଦେବାଶିଷ ବାଗ, ମଣ୍ଟୁ ବାଗ, ଚିତ୍ତରଞ୍ଜନ ପାଣ୍ଡେ, ଆର. କେ. ମଣ୍ଡଳ ତେବେ ଏହି ଟୁର୍ନାମେଣ୍ଟକୁ ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ଦର୍ଶକ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଚିତ୍ତାକାର୍ଷକ ମ୍ୟାଚ୍‌ର ମଜା ଉଠାଇ ଥିଲେ ।

jittmm
Leave A Reply

Your email address will not be published.