oom

ପ୍ରଥମ ସର୍ବ ଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ୍‌ ତରଫରୁ ପ୍ରଥମ ସର୍ବ ଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲ ପଡିଆଠାରେ ଆରମ୍ଭ ହୋଇଯାଇଅଛି । ତେବେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଏଥେଲେଟିକ ଏସୋସିଏସନ୍‌ର ଉପ-ସଭାପତି ଯୁଗଳ ପ୍ରସାଦ ସିଂ ପ୍ରଥମ ଦିନ ଖେଳକୁ ଉଦ୍‌ଘାଟନ ସହ ଆରମ୍ଭ କରିଥିବା ବେଳେ ଏଥେଲେଟିକ ଏସୋସିଏସନ୍‌ ଉପସଭାପତି ନନ୍ଦ କିଶୋର ମାଝୀ, ସମ୍ପାଦକ ଶିରୀଶ କୁମାର ବହିଦାର ତଥା ସଦସ୍ୟ ଓ ପୂର୍ବତନ ଖେଳାଳି ଡ.ପ୍ରଭାତ ତ୍ରିପାଠୀ, ଗୋବିନ୍ଦ ଅଗ୍ରୱାଲ, ନେହେରୁ ତ୍ରିପାଠୀ, ନିରୋଜ ଦୋରା, ଧନମାଳୀ ସାହୁ, ଲାଳବିହାରୀ ମିଶ୍ର, ନୀଳମାଧବ ଦୋରା, ଅଶ୍ବିନୀ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ପରିଚାଳନା କରିଥିଲେ ଅଶୋକ କୁମାର ବହିଦାର । ସେହିପରି ଦ୍ୱିତୀୟ ମ୍ୟାଚରେ ଅତିଥି ଭାବରେ ପଦ୍ମପୁର ଥାନା ଅଧିକାରୀ ମମତା ନାଏକ ଏବଂ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲୋଭାଦିନି ସାହୁ ଯୋଗ ଦେଇଥିଲେ । ତେବେ ଚାରି ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିବାର ଥିବା ବେଳେ ଆଜି ପ୍ରଥମ ଦିନରେ ମୋଟ ଚାରୋଟି ଦଳ ଯଥା ପଦ୍ମପୁର – ରାଏପୁର, ଏବଂ କୁଚିଣ୍ଡା – ଜରାସିଂହା ମଧ୍ୟ ରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ମ୍ୟାଚରେ ପଦ୍ମପୁର ଦଳ ୪ଟି ଗୋଲରେ ରାଏପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଜରସିଂହା ଦଳକୁ ମୋଟ ୪ ଟି ଗୋଲରେ ହରାଇ ଦ୍ୱିତୀୟ ଦଳ ଭାବରେ କୁଚିଣ୍ଡା ଦଳ ସେମିଫାଇନାଲକୁ ପ୍ରବେଶ କରିଥିଲା । ଏହି ମ୍ୟାଚକୁ ପରିଚାଳନାରେ ସଚ୍ଚିଦାନନ୍ଦ ବହିଦାର, ବିଦେଶୀ ସାହୁ, ଚନ୍ଦ୍ରମଣି ସାହୁ, ହରିକୃଷ୍ଣ ମେହେର, ନରେଶ ବାରିକ, ନରୋତ୍ତମ ପ୍ରଧାନ, ପ୍ରଦୀପ ପତ୍ର, ଜୟପଲ ଭୋଇ, ଭବାନୀ ମାଝୀର ସମସ୍ତ ସଦସ୍ୟମାନଙ୍କ ସହ ଖେଳ ରେଫ୍ରି ଭାବରେ ନୀଳ ନାଏକ, ଅଶ୍ୱିନୀ ମେହେର, ପ୍ରଶାନ୍ତ ବେହେରା, ସୁଧାଂଶୁ ସେଠ, ଦେବାଶିଷ ବାଗ, ମଣ୍ଟୁ ବାଗ, ଚିତ୍ତରଞ୍ଜନ ପାଣ୍ଡେ, ଆର. କେ. ମଣ୍ଡଳ ତେବେ ଏହି ଟୁର୍ନାମେଣ୍ଟ କୁ ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟାରେ ଦର୍ଶକ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ଚିତ୍ତାକାର୍ଷକ ମ୍ୟାଚର ମଜା ନେଇଥିଲେ ।

jittmm
Leave A Reply

Your email address will not be published.