jayashree

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଷଷ୍ଠ ଦିବସ

  • କୁଶଙ୍ଗ, ବିଲେଇସର୍ଡା, ବ୍ଲୁ ମାଉଣ୍ଟେନ, ସାଇଟ, ଫ୍ରେଣ୍ଡସ୍‌ କ୍ଲବ, ଗୁଡିଘାଟ, ମହିପୁର, ଗୁଲମି, ନାରେନ, ଲୁହାସିଂହା ଓ ଆରକେ ଷ୍ଟିଲ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୧ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ କୁଶଙ୍ଗ ଟ୍ରାଇବ୍ରେକର ୫-୩ ଗୋଲରେ ଏବିଏଫ୍‌ଏ ଲୋଇସିଂହାକୁ ହରାଇ ବିଜୟୀ ହୋଇଛି । ଖେଳକୁ କରୁଣାକର ପ୍ରଧାନ, ଭୋଲାନାଥ ନାଏକ, ଜ୍ୟୋର୍ତିମୟ ରାଉତ ଓ ବିଦ୍ୟାଧର ପୁଟେଲ ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମ୍‌ଠାରେ ବିଲେଇସର୍ଡା ୧-୦ ଗୋଲରେ ତେନ୍ତୁଳିଖୁଣ୍ଟିକୁ ହରାଇ ବିଜୟୀ ହୋଇଛି । ଖେଳକୁ ଅଞ୍ଜନ ଭେସ୍ରା, ବିଜୟ ରଣା, ମହେଶ ତ୍ରିପାଠୀ ଓ ପ୍ରଦୀପ ବଗର୍ତ୍ତି ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ବ୍ଲୁ ମାଉଣ୍ଟେନ୍‌ ୩-୦ ଗୋଲରେ ରେଲୱେ ମନିଂ ଷ୍ଟାରକୁ ହରାଇ ବିଜୟୀ ହୋଇଛି । ଖେଳକୁ ଦେବାଶିଷ ବାଗ, ନରସିଂହସ୍ୱାମୀ ନାଏଡୁ, ଶ୍ରବଣ ବାଗ ଓ ବିକି ବିଶି ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସାଇଟ ସ୍ପୋର୍ଟସ୍‌ ସୋସାଇଟି ୪-୧ ଗୋଲରେ କୁସମେଲକୁ ହରାଇ ବିଜୟୀ ହୋଇଛି । ଖେଳକୁ ସଞ୍ଜିବ ମହାରଣା, ସୁରେଶ ନାଏକ, ଉମେଶ ଭୋଇ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । କଣ୍ଟାବାଞ୍ଜି ରେଲୱେ ପଡିଆରେ ଫ୍ରେଣ୍ଡସ୍‌ କ୍ଲବ ୫-୦ ଗୋଲରେ ଚନ୍ଦ୍ରପୁରକୁ ହରାଇ ବିଜୟୀ ହୋଇଛି । ଖେଳକୁ ରାଜେନ୍ଦ୍ର ଧରୁଆ, ଉପେନ୍ଦ୍ର ଚନ୍ଦନ, ଉମେଶ ଧରୁଆ ଓ ଗୌରହରି ପୁଟେଲ ପରିଚାଳନା କରିଥିଲେ । ହଲଦି ପଡିଆରେ ଗୁଡିଘାଟ ଟ୍ରାଇବ୍ରେକର ୩-୨ ଗୋଲରେ ପତ୍ରାପାଲି(ଖ)କୁ ହରାଇ ବିଜୟୀ ହୋଇଛି । ଖେଳକୁ ଆଶୀର୍ବାଦ ସା, ଅଶ୍ୱିନୀ ଭୁକ୍ତା, ରିଙ୍କୁ ବିଶି ଓ ପ୍ରତାପ ଭୁକ୍ତା ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମ୍‌ଠାରେ ମହିପୁର ୬-୨ ଗୋଲରେ ସିରାବାହାଲକୁ ହରାଇ ବିଜୟୀ ହୋଇଛି । ଖେଳକୁ ସଞ୍ଜନ କୁଦେଇ, ଶ୍ରୀବତ୍ସ ମେହେର, ଲକ୍ଷ୍ମୀଧର ମହାନ୍ତି ଓ ପ୍ରଶାନ୍ତ ଥନାପତି ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଗୁଲ୍‌ମି ଟ୍ରାଇବ୍ରେକର ୪-୧ ଗୋଲରେ ଜେଡି କ୍ଲବ ଭାଟିପଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ ମୋହନ ପ୍ରଧାନୀ, ଯଶୋବନ୍ତ ମାଝି, କୁଶଦେବ ଆଡଜୁଏଡ ଓ ରାଜେଶ ସ୍ୱାଇଁ ପରି·ଳନା କରିଥିଲେ । ଖୋଲାନ ପଡିଆରେ ନାରେନ ୧-୦ ଗୋଲରେ ଲେବଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ ମଳୟ ଘିଭେଲା, କର୍ଣ୍ଣ ଭୋଇ, ପ୍ରମୋଦ ରଣା ଓ ବଟ ଗୌଡ ପରିଚାଳନା କରିଥିଲେ । ଖପ୍ରାଖୋଲ ପଡିଆରେ ଲୁହାସିଂହା ୨-୧ ଗୋଲରେ ଧଣ୍ଡାମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ ଦୋଲଗୋବିନ୍ଦ ମୁଣ୍ଡା, ଚୈତନ୍ୟ ସାହୁ, ଜଳନ୍ଧର ସାହୁ ଓ ଖିରସିନ୍ଧୁ ବେହେରା ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ଆରକେ ଷ୍ଟିଲ ଟ୍ରାଇବ୍ରେକର ୩-୧ ଗୋଲରେ ସୁଦପଡା ଏଫ୍‌ଏକୁ ହରାଇ ବିଜୟୀ ହୋଇଛି । ଖେଳକୁ ସୁଦୟ ବାରିକ, ଶୁଶାନ୍ତ ନାଥ, ଶୁଭ୍ରାଂଶୁ ରାଉତ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।

Leave A Reply

Your email address will not be published.