jayashree

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ପଂଚମ ଦିବସ

  • ସୁଜିଆ, ଏପିଜେ ଲୋଇସିଂହା, ଖୁଜେନପାଲି, ଗେର୍ଡି, ବଙ୍ଗୋମୁଣ୍ଡା, ମୁରିବାହାଲ, ରାଏପାଲି, କରେଲଧୁଆ, ଚିକିନିବାହାଲି, କୁରୁସୁଡ, ନକଟାସର, ମହିମୁଣ୍ଡା ଓ ଭାଲୁପିଟା ୱାଇଏସ୍‌ଏଫ୍‌ସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୧ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ସୁଜିଆ ୩-୦ ଗୋଲରେ ମନହୀରାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ପୂର୍ବ ଆର୍ମି ଜଗଦିଶ ଚନ୍ଦ୍ର ବିଭାର ଓ କ୍ରୀଡାବିତ୍‌ ଅଭିମନ୍ୟୁ ପାଣ୍ଡେ ଯୋଗ ଦେଇଥିଲେ । ଖେଳକୁ ସଂଜୀବ ତରିଆ, ଜିତେନ୍ଦ୍ର ପାତ୍ର, ମହେଶ୍ୱର ତ୍ରିପାଠୀ ଓ ଜ୍ୟୋର୍ତିମୟ ରାଉତ ପରିଚାଳନା କରିଥିଲେ । ଲୋଇସିଂହା ମିନିଷ୍ଟାଡିୟମ୍‌ଠାରେ ଏପିଜେ ଲୋଇସିଂହା ୪-୨ ଗୋଲରେ ଯୋଗିସର୍ଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ କରୁଣାକର ପ୍ରଧାନ, ଦାମ୍ବୋଦର ପ୍ରଧାନ, ଅଞ୍ଜନ ବେସ୍ରା ଓ ବିଜୟ ରଣା ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଖୁଜେନପାଲି ୧-୦ ଗୋଲରେ ମଲମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ ଦେବାଶିଷ ବାଗ, ଶୁଭ୍ରାଂଶୁ ରାଉତ, ଜ୍ୟୋତି ମହାନନ୍ଦ ଓ ସୁଦୟ ବାରିକ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲିଠାରେ ଗେର୍ଡି ୬-୧ ଗୋଲରେ ଚାଣ୍ଟିମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ନରସିଂ ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଯୋଗ ଦେଇଥିଲେ । ଖେଳକୁ ସୁଧାଂଶୁ ସେଠ, ସଞ୍ଜିବ ମହାରଣା, ସୁଦର୍ଶନ ସେଠ ଓ ସୁରେଶ ନାଏକ ପରିଚାଳନା କରିଥିଲେ । କଣ୍ଟାବାଞ୍ଜି ରେଲୱେ ପଡିଆରେ ବଙ୍ଗୋମୁଣ୍ଡା ୪-୦ ଗୋଲରେ ବିଛୁବାହାଲିକୁ ହରାଇ ବିଜୟୀ ହୋଇଛି । ଖେଳକୁ ରାଜେନ୍ଦ୍ର ଧରୁଆ, ଉପେନ୍ଦ୍ର ଚନ୍ଦନ, ଗୌରହରି ପୁଟେଲ ଓ ବିଜୟ ଖମାରୀ ପରିଚାଳନା କରିଥିଲେ । ହଲଦି ପଡିଆରେ ମୁରିବାହାଲ ଟ୍ରାଇବ୍ରେକର ୩-୨ ଗୋଲରେ ତେତେଲପଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ ଆଶୀର୍ବାଦ ସା, ପ୍ରତାପ ଭୁକ୍ତା, ଅଶ୍ୱିନୀ ଭୁକ୍ତା ଓ ପାଣ୍ଡବ ବିଶି ପରିଚାଳନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମଠାରେ ରାଏପାଲି ୩-୦ ଗୋଲରେ ସାଗରପାଲିକୁ ହରାଇ ବିଜୟୀ ହୋଇଛି । ଦ୍ୱିତୀୟ ଖେଳରେ କରେଲଧୁଆ ୧-୦ ଗୋଲରେ ନାଇକେନସିରାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଜରାସିଂହା ସମବାୟ ବ୍ୟାଙ୍କ ମ୍ୟାନେଜର ଦେବଦତ୍ତ ନେଗୀ ଯୋଗ ଦେଇଥିଲେ । ଖେଳକୁ ସଂଜନ କୁଦେଇ, କୈଳାସ ଚନ୍ଦ୍ର କର୍ତ୍ତି, କୁନ୍ତେ ମେହେର, ଶ୍ରୀବତ୍ସ ମେହେର ଓ ଲକ୍ଷ୍ମୀଧର ମହାନ୍ତି ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଚିକିନିବାହାଲି ଟ୍ରାଇବ୍ରେକର ୭-୬ ଗୋଲରେ ସହିଦ ଜିମ୍‌ନାସିୟମକୁ ହରାଇ ବିଜୟୀ ହୋଇଛି । ଖେଳକୁ ବିନୋଦ ପ୍ରଧାନି, ଲବ ସୁନାନି, କୁଶ ଆଡଜୁଏଡ ଓ ରାଜେଶ ସ୍ୱାଇଁ ପରିଚାଳନା କରିଥିଲେ । ଖୋଲାନ ପଡିଆରେ କୁରସୁଡ ୪-୦ ଗୋଲରେ ଖୋଲନ ବିକୁ ହରାଇ ବିଜୟୀ ହୋଇଛି । ଖେଳକୁ ମଳୟ ଘିଭେଲା, ଗୋପାଳ ଘିଭେଲା, କର୍ଣ୍ଣ ଭୋଇ ଓ ପ୍ରମୋଦ ରଣା ପରିଚାଳନା କରିଥିଲେ । ପାଟଣାଗଡ ହାଇସ୍କୁଲ ପଡିଆରେ ନକଟାସର ୨-୦ ଗୋଲରେ ଖୁଣ୍ଟ ସମଲେଇକୁ ହରାଇ ବିଜୟୀ ହୋଇଛି । ଖେଳକୁ ରାଜେନ୍ଦ୍ର ସେଠ, ତ୍ରିନାଥ ଚନ୍ଦନ, ଚୈତନ୍ୟ ସାହୁ ଓ ଖୁସିରାମ ମଲ୍ଲିକ ପରିଚାଳନା କରିଥିଲେ । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ମହିମୁଣ୍ଡା ୭-୦ ଗୋଲରେ ସେଞ୍ଜୁରିଆନ ଇଗଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସିଏଚ୍‌ସି ଚୁଡାପାଲି ଡା. ଗଜାନନ ପଟେଲ, ଇଂ. ମକୁନ୍ଦ କିଶାନ, ନାରାୟଣ ନାଥ ଓ କ୍ରିଡା ସଂସଦର ସଦସ୍ୟ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଖେଳକୁ ଶୁଶାନ୍ତ ନାଥ, ବିକି ବିଶି, ଶ୍ରବଣ ବାଗ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।

Leave A Reply

Your email address will not be published.