- ଏବିଏଫ୍ଏ ଲୋଇସିଂହା, ସକମା, ଭାଲେର, କାଲସାଏପାଲି, ବରକାନି, ଚନ୍ଦ୍ରପୁର, ଘୁଷୁରାମୁଣ୍ଡା, ମୁରସିଂ, ସିହିନି, ଧଣ୍ଡାମୁଣ୍ଡା, କୁତମୁଣ୍ଡା, ଡିଏଫ୍ଏ ଓ ଢୁଲୁସର ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୧୨ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ଅନୁଷ୍ଠିତ ଖେଳରେ ଡିଏଫ୍ଏ ୬-୨ ଗୋଲରେ ଆମ୍ବେଦକର କ୍ଲବକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ବାର ଏସୋସିଏସନ୍ ସଂପାଦକ ଅମନ ନାଗ ଯୋଗ ଦେଇଥିଲେ । ଖେଳକୁ ଦେବାଶିଷ ବାଗ, ଶୁଶାନ୍ତ ନାଗ, ଉମେଶ ଭୋଇ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ । ସୁଜିଆ ପଡିଆରେ ଏବିଏଫ୍ଏ ଲୋଇସିଂହା ଟ୍ରାଇବ୍ରେକର ୪-୩ ଗୋଲରେ ମାଣ୍ଡିଆପଦରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପୂର୍ବ ଡେପୁଟି କଲେକ୍ଟର ବିଜ୍ଞାନ କୁମ୍ଭାର ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ଜିତେନ୍ଦ୍ର ପାତ୍ର, ଶ୍ରବଣ ବାଗ ଓ ଜ୍ୟୋର୍ତିମୟ ରାଉତ ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟଡିୟମଠାରେ ଅନୁଷ୍ଠିତ ଖେଳରେ ସକମା ଟ୍ରାଇବ୍ରେକର ୪-୩ ଗୋଲରେ ଏଚ୍ଆରଡିଏ ଖଲିଆପାଲି ହରାଇ ବିଜୟୀ ହୋଇଛି । ଖେଳକୁ ମୁକେଶ ତ୍ରିପାଠି, ଦାମ୍ବୋଦର ପ୍ରଧାନ, ଅଞ୍ଜନ ଭେସ୍ରା ଓ ପ୍ରଦୀପ ବଗର୍ତ୍ତି ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଭାଲେର ଟ୍ରାଇବ୍ରେକର ୪-୧ ଗୋଲରେ କୁଦେଇପାଲିକୁ ହରାଇ ବିଜୟୀ ହୋଇଛି । ଦ୍ୱିତୀୟ ଖେଳରେ ଜେକେୱାଇଏସ୍ କାଲସାଏପାଲି ୪-୦ ଗୋଲରେ କୁର୍ଲୁପାଲିକୁ ହରାଇ ବିଜୟୀ ହୋଇଛି । ଖେଳକୁ ପ୍ରଫୁଲ୍ଲ ବଗର୍ତ୍ତି, ସୁଦୟ ବାରିକ, ବିକି ବିଶି, ଜ୍ୟୋତି ମହାନନ୍ଦ ଓ ଶୁଭ୍ରାଂଶୁ ରାଉତ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲିଠାରେ ବରକାନି ୨-୦ ଗୋଲରେ ସରଗାଡକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରିଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ଏଥେଲେଟ୍ ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ପୂର୍ବ ପିଇଟି କସ୍ତୁରୀ ରଥ ଯୋଗ ଦେଇଥିଲେ । ଖେଳକୁ ସୁରେଶ ନାଏକ, ସଂଜୀବ ମହାରଣା, ସୁଧାଂଶୁ ସେଠ ଓ ସୁଦର୍ଶନ ସେଠ ପରିଚାଳନା କରିଥିଲେ । କଣ୍ଟାବାଞ୍ଜି ରେଲୱେ ପଡିଆରେ ଚନ୍ଦ୍ରପୁର ୨-୧ ଗୋଲରେ କାନୁଟକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସାମ୍ସଙ୍ଗ ସେନାପତି ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ବିଜୟ ଖମାରୀ, ଗୌରହରି ପୁଟେଲ ଓ ଉମେଶ ଚନ୍ଦ୍ର ଧରୁଆ ପରିଚାଳନା କରିଥିଲେ । ହଲଦି ପଡିଆରେ ଘୁଷୁରାମୁଣ୍ଡା ୧-୦ ଗୋଲରେ ମାଲପଡାକୁ ହରାଇ ବିଜୟୀ ହୋଇଛି । ଖେଳକୁ ପାଣ୍ଡବ ବିଶି, ଅଶ୍ୱିନୀ ଭୁକ୍ତା, ପ୍ରତାପ ଭୁକ୍ତା ଓ ଆଶୀର୍ବାଦ ସା ପରିଚାଳନା କରିଥିଲେ । ଜରାସିଂହା ପଡିଆରେ ମୁରସିଂ ୧-୦ ଗୋଲରେ ଅନ୍ତର୍ଲାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ ଓ ଜରାସିଂହା ପ୍ରଧାନ ଶିକ୍ଷକ ଶତୃଘନ ଘଡାଇ ଯୋଗ ଦେଇଥିଲେ । ଖେଳକୁ କୈଳାସ ଚନ୍ଦ୍ର କତ୍ତି, ସଂଜନ କୁଦେଇ, ପ୍ରଶାନ୍ତ ଥନାପତି ଓ ଶୁଶାନ୍ତ ଥନାପତି ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ୨-୦ ଗୋଲରେ ଦେସିଲକୁ ହରାଇ ବିଜୟୀ ହୋଇଛି । ଖେଳକୁ ଲବ ସୁନାନି, ରାଜେଶ ସ୍ୱାଇଁ, ପ୍ରିତମ ନାଏକ ଓ ବିନୋଦ ପ୍ରଧାନୀ ପରିଚାଳନା କରିଥିଲେ । ଖପ୍ରଖୋଲ ପଡିଆରେ ଧଣ୍ଡାମୁଣ୍ଡା ଟ୍ରାଇବ୍ରେକର ୫-୪ ଗୋଲରେ ଦେଦରୋହକୁ ହରାଇ ବିଜୟୀ ହୋଇଛି । ଖେଳକୁ ଦୀପକ ରାଜହଂସ, ଦୋଲ ଗୋବିନ୍ଦ ମୁଣ୍ଡା, ଶ୍ରୀରାମ ସାହୁ ଓ କ୍ଷୀରସିନ୍ଧୁ ବେହେରା ପରିଚାଳନା କରିଥିଲେ । ପାଟଣାଗଡ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଖେଳରେ କୁତମୁଣ୍ଡା ଟ୍ରାଇବ୍ରେକର ୫-୪ ଗୋଲରେ ପାଟଣାଗଡକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ଖେଳକୁ ତ୍ରିନାଥ ଚନ୍ଦନ, ରାଜେନ୍ଦ୍ର ସେଠ, ଚୈତନ୍ୟ ସାହୁ ଓ ଖୁସିରାମ ମଲ୍ଲିକ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଢୁଲୁସର ଟ୍ରାଇବ୍ରେକର ୫-୪ ଗୋଲରେ ଭାଲୁପିଟାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଚୁଡାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ କୁଶଲେଶ୍ୱର ମିଶ୍ର ଓ ପୂର୍ବ ଖେଳାଳି ରାମ କୁମାର କୁମୁରା ଯୋଗ ଦେଇଥିଲେ । ଖେଳକୁ ବୈକୁଣ୍ଠ ଜେନା, ପୁରୁଷୋତ୍ତମ ବୁଡେକ, ଜଳନ୍ଧର ସାହୁ ଓ ବୁଦ୍ଧଦେବ ନାଏକ ପରିଚାଳନା କରିଥିଲେ ।