- ସାଇଟ, ଢୁଲୁସର, ଖପ୍ରାଖୋଲ, ବିଛୁବାହାଲି ଓ ଜରାସିଂହା ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୫ ଗୋଟି ପଡିଆରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସାଇଟ୍ ଦଳ ୭-୦ ଗୋଲରେ ପରଧିଆପାଲିକୁ ହରାଇ ବିଜୟୀ ହୋଇଛି । କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅତିଥି ଭାବେ ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂହ, ବରିଷ୍ଠ ସଭ୍ୟ ରମାକାନ୍ତ ସେଠ, କାର୍ଯ୍ୟକାରୀ କମିଟି ସଭ୍ୟ ଜୟରାମ ମିଶ୍ର, ଏଥେଲେଟିକ୍ ସଂପାଦକ ବିଭୁତି ଭୂଷଣ ପଣ୍ଡା, ରାମଜୀ ଯୁବ ସଂଘ ସଭାପତି ଡ. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । ଖେଳକୁ ସଂଜୀବ ମହାରଣା, ସୁଧାଂଶୁ ସେଠ, ସୁରେଶ ନାଏକ ଓ ଏନ୍.ଏସ୍ ନାଇଡୁ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଢୁଲୁସର ୨-୧ ଗୋଲରେ ଡଙ୍ଗାଘାଟକୁ ହରାଇ ବିଜୟୀ ହୋଇଥିଲେ । ଅତିଥି ଭାବେ କ୍ରିଡା ସଂସଦର ବରିଷ୍ଠ ସଦସ୍ୟ ଶରତ କୁମାର ନନ୍ଦ, ପୂର୍ବ ଖେଳାଳି ଲୋକନାଥ କୁମୁରା ଓ ଲମ୍ବୋଦର ପଟେଲ ଯୋଗ ଦେଇଥିଲେ । ଖେଳକୁ ବୈକୁଣ୍ଠ ଜେନା, ଉମେଶ ଭୋଇ, ମଣ୍ଟୁ ବେହେରା ଓ ଜ୍ୟୋତି ମହାନନ୍ଦ ପରିଚାଳନା କରିଥିଲେ । ଖପ୍ରାଖୋଲ ପଡିଆରେ ଖପ୍ରାଖୋଲ ଦଳ ୭-୦ ଗୋଲରେ କୁହାବାଉଁଶକୁ ହରାଇ ବିଜୟୀ ହୋଇଥିଲେ । ଖପ୍ରାଖୋଲ ସରପଂଚ ସତ୍ୟା ସେନ୍ଦ୍ରିଆ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ଶମ୍ଭୁଦତ୍ତ ମିଶ୍ର, ରାମ ପ୍ରସାଦ ସାହୁ ଓ ଝସକେତନ ରଣା ପରିଚାଳନା କରିଥିଲେ । କଣ୍ଟାବାଞ୍ଜି ରେଲୱେ ପଡିଆରେ ଅନୁଷ୍ଠିତ ଖେଳରେ ବିଛୁବାହାଲି ବନାମ ଚଟୁଅନକା ୧-୧ ଗୋଲରେ ଡ୍ର ରହିଥିଲେ । ଟ୍ରାଇବ୍ରେକର ୪-୩ ଗୋଲରେ ବିଛୁବାହାଲି ବିଜୟ ହେଲା । ଅତିଥି ଭାବେ ପୂର୍ବ ଖେଳାଳି ରବିନ୍ଦ୍ର ସେନାପତି ଓ ରାକେଶ କାମଲେ ଯୋଗ ଦେଇଥିଲେ । ଖେଳକୁ ରାଜେନ୍ଦ୍ର ଧରୁଆ, ଉପେନ୍ଦ୍ର ଚନ୍ଦନ, ବିଜୟ ଖମାରୀ ଓ ଗୌରବ ପଟେଲ ପରିଚାଳନା କରିଥିଲେ । ଜରାସିଂହା ମନି ଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳରେ ବି.ଏନ୍.ଏ.ଏ. ଜରାସିଂହା ୩-୦ ଗୋଲରେ ବଡଙ୍ଗୋମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପୂର୍ବ ଖେଳାଳି ସଚ୍ଚିଦାନନ୍ଦ ପାଢି, ଭାଗ୍ୟବନ୍ତ ମେହେର, ରାଜକିଶୋର ସେଠ ଓ ଅଂଶୁମାନ କର୍ତ୍ତି ଯୋଗ ଦେଇଥିଲେ । ଖେଳକୁ ସଂଜନ କୁଦେଇ, କୈଳାସ ଚନ୍ଦ୍ର କର୍ତ୍ତି, କୁନ୍ତେ ମେହେର ଓ ପ୍ରଶାନ୍ତ ଥନାପତି ପରିଚାଳନା କରିଥିଲେ ।
୨୫ ତାରିଖ ସୋମବାର ଦିନ ସୁଜିଆ, ଲୋଇସିଂହା ମିନି ଷ୍ଟାଡିୟମ ଖୁଜେନପାଲି, ଟିଟିଲାଗଡ ସିଟି ସ୍କୁଲ ପଡିଆ, ପାଟଣାଗଡ, ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି, କଣ୍ଟାବାଞ୍ଜି ରେଲୱେ ପଡିଆ, ଜରାସିଂହା ମିନି ଷ୍ଟଡିୟମ, ଖପ୍ରାଖୋଲ ଓ ଚୁଡାପାଲି ପଡିଆଠାରେ ଖେଳ ହେବ ବୋଲି କ୍ରିଡା ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ଜଣାଇଛନ୍ତି ।