oom

ଜୁରାବନ୍ଧରେ ବସ୍ତ୍ରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଯୁରାବନ୍ଧ ଚାମ୍ପିଆନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ସଦରଠାରେ ଥିବା ଖେଳ ପଡିଆ ଠାରେ ୮ତମ ଷ୍ଟାର ସ୍ପୋର୍ଟସ ଏସୋସିଏସନ୍‌ ପକ୍ଷରୁ ମା’ ବସ୍ତ୍ରେନ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ମନିଗାଁ ଓ ଜୁରାବନ୍ଧ ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ମନିଗାଁ ଦଳକୁ ପରାସ୍ତ କରି ଯୁରାବନ୍ଧ ଦଳ ଚାମ୍ପିଆନ ହୋଇଥିଲେ । ଏହି ମ୍ୟାଚକୁ ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନମ୍ୟାନ ଭାବେ ଦୁଷ୍ମନ୍ତ ବେହେରା ଓ ଡିସେମ୍ବର ଭୋଇ ସହଯୋଗ କରିଥିଲେ । ସୁଲେକେଲାର ପ୍ରଭୁ ଦାସ, ବେଲପଡାର ସୁଶୀଲ କୁମାର ଓ ଅଭୟ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ଜୁରାବନ୍ଧ ପଞ୍ଚାୟତର ପ୍ରତିନିଧି ନରେଶ ସଗରିଆ, ସମିତି ସଭ୍ୟା ସୁନାସୁତା ମିର୍ଧା, ଚଲାନପଡା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଫକିର ଦାସ, ତୁରେକେଲା ପଞ୍ଚାୟତର ସମିତି ସଭ୍ୟ ମୁରଲୀ କୁମ୍ଭାର, କେନ୍ଦୁପାଟି ସ୍କୁଲର ପ୍ରଧାନ ଶିକ୍ଷକ ଦେବକୁମାର ବନଛୋର, ବେଲପଡା ସେବା ସମବାୟ ସମିତିର ସମ୍ପାଦକ ଶ୍ରଦ୍ଧାକର ପୁଟେଲ, ସାମ୍ବାଦିକ ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର, ପୂର୍ବତନ ସିନ୍ଧେକେଲା ସମିତି ସଭ୍ୟ ଧନୁ ଥନାପତି, ବ୍ରଜ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିମାନେ ଉତ୍ସାହିତ କରିବା ସହ ବିଜେତା ଜୁରାବନ୍ଧ ଦଳ ଓ ଉପବିଜେତା ମନିଗାଁ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଖେଳ ପଡିଆର କିପରି ଭାବେ ଉନ୍ନତିକରଣ କରାଯାଇ ପାରିବ ସେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଦୀପକ, ମ୍ୟାନ ଅଫ ଦି ସିରିଜ ସୁଜିତ, ବେଷ୍ଟ ଗୋଲ କିପର କୋଶଲ ହଂସ, ବେଷ୍ଟ ଡିଫେଣ୍ଡର ଅଜ୍ଜୁ ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ କମିଟିର ସଭାପତି ଫକୀର ସଗରିଆ, ସମ୍ପାଦକ ଶିଶୁପାଳ ହଂସ, ଚୁଡାମଣି ସଗରିଆ, ଜାନୁଆରୀ ସଗରିଆ, ସଞ୍ଜୟ ସଗରିଆ, କିଶୋର ବାଗଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.