om academy

ତେରେସିଙ୍ଗାଠାରେ ଦୈତାରୀ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ମହୀପୁର ବିଜୟୀ

jsm

କଳାହାଣ୍ଡି, (ନରୋତ୍ତମ ସେଲମା) : ତେରେସିଙ୍ଗାଠାରେ ଦୈତାରୀ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ ବଲାଙ୍ଗିର ଜିଲ୍ଲାର ମହୀପୁର ଏବଂ ତେରେସିଙ୍ଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଧାରିତ ସମୟ ମଧ୍ୟରେ କିଏ କାହାକୁ ଗୋଲ ଦେଇପାରିନଥିଲେ । ଏହାପରେ ପେନାଲଟି ସୁଟ ଆଉଟ କରାଯିବାରୁ ମହୀପୁର ଦଳ ୩-୨ରେ ତେରେସିଙ୍ଗାକୁ ପରାସ୍ତ କରି ବିଜୟ ହୋଇଥିଲା । ଆଜି ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ବିଶିଷ୍ଟ ଅତିଥି ଭାବେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମୁରଲୀଧର ରଣା, ପୂର୍ବତନ ଫୁଟବଲ ଖେଳାଳୀ ଉଦୟ କୁମାର ଯୋଗ ଦେଇଥିଲେ । ମ୍ୟାଚକୁ ବିଶି ପଧାନ, ଚଞ୍ଚଳ ମାଝୀ, ଲୋଚନ ମାଝୀ ପରିଚାଳନା କରିଥିବା ବେଳେ ନୃପରାଜ ରଣା ସ୍କୋରର ଦାୟିତ୍ୱରେ ଥିଲେ । ମନୋଜ ରଣା ଧାରା ବିବାରିଣୀ ପ୍ରଦାନ କରିଥିଲେ । ଆୟୋଜକ ସଂଘ ସଭାପତି ରଶ୍ମି ରଞ୍ଜନ ରଣା, ସମ୍ପାଦକ କିଶୋର ଚନ୍ଦ୍ର ନାଏକ, ଦିଲୀପ ଗହୀର, ବସନ୍ତ ସାହୁ ସହଯୋଗ କରିଥିଲେ । ଆସନ୍ତାକାଲି ବଡ଼ମାଳ ଓ ରାସ୍ତାମାଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.