oom

୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ମନିଗାଁରେ ୨ତମ ମନୋଜ ମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମେ ଗାଁରେ ସ୍ୱର୍ଗତ ମନୋଜ ମାଝୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ଅମର ରହେ ସ୍ଲୋଗାନରେ ବିରାଟ ଶୋଭାଯାତ୍ରାରେ ବାହାରି କ୍ରୀଡାସ୍ଥଳକୁ ପହଂଚିଥିଲେ । ଉଦ୍‌ଘାଟନୀ ଉତ୍ସବର ପ୍ରଥମ ରାଉଣ୍ଡରେ ତେତେଲପଡା ଓ ଲେବଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଲେବଡା ଦଳ ବିଜୟୀ ହୋଇଥିଲା । ଏଥିରେ ଅତିଥି ଭାବେ ମନିଗା ଗୌନ୍ତିଆ ତରୁଣ କୁମାର ମାଝୀ, ତାଳଭଟା ଗୌନ୍ତିଆ ବୃନ୍ଦାବନ ବେହେରା, ମାଲପଡା ଗୌନ୍ତିଆ ତ୍ରିଲୋଚନ ବେହେରା, ଚୁଲିଫୁଙ୍କା ଗୌନ୍ତିଆ ଶରତ ବେହେରା, ପାତଳପଡା ଗୌନ୍ତିଆ ନିଲାଞ୍ଚଳ ବଚ୍ଛା, ବରୋବାହାଲ ଗୌନ୍ତିଆ ହୃଷିକେଶ ପୁଟେଲ, ମନିଗାଁ ଝାଙ୍କର ବୈକୁଣ୍ଠ ମାଝୀ, ମନିଗାଁ ଛତରିଆ ଅନୁପ ସିଂ ମାଝୀ, ସମାଜସେବୀ ଶିବ ନାରାୟଣ ମାଝୀ, ହରପ୍ରସାଦ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ଵିତୀୟ ରାଉଣ୍ଡରେ ଝଲପ ଓ ତେତେଲପଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଝଲପ ଦଳ ବିଜୟୀ ହୋଇଥିଲା । ଦ୍ୱିତୀୟ ରାଉଣ୍ଡରେ ଅତିଥି ଭାବେ ଚୁଲିଫୁଙ୍କା ପଞ୍ଚାୟତ ସମିତି ସଭ୍ୟା ସନ୍ତୋସିନୀ ମାଝୀ, ୱାର୍ଡ ସଭ୍ୟା ହସ୍ତନୀ ମାଝୀ, ୱାର୍ଡସଭ୍ୟା ଭାନୁମତି ମହାନନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ ଲୀଳାବତୀ ଭୋଇ, ଅଙ୍ଗନୱାଡି କର୍ମୀ ଚନ୍ଦ୍ରିକା ମାଝୀ, ଆଶା କର୍ମୀ ସେବତୀ ଯାନୀ, ଶୁକେସି ବାଗ, ଜୟନ୍ତୀ ସଗରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଧନୁ ବାଗ ଓ ବିଜୟ ସିଂ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଅନୀଲ ମାଝୀ, ସମ୍ପାଦକ ଅମିତ ବାଗ, କୋଷାଧ୍ୟକ୍ଷ ସୁଦାମ ବାରିକ, ମହେଶ ମାଝୀ, ଜଗନ୍ନାଥ ମାଝୀ, ଆଶିଷ ବାଗ, ଯୁବରାଜ ମାଝୀ, ଆନନ୍ଦ ମାଝୀ, ସାନନ୍ଦ ମାଝୀ ପ୍ରମୁଖଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳା ଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.