oum

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କରେଲଧୁଆକୁ ହରାଇ ଫାଇନାଲରେ ଖଲିଆଖମାର

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଶେଷ ସେମିଫାଇନାଲ ଖେଳ କରେଲଧୁଆ ଓ ଖଲିଆଖମାର ଦଳ ମଧ୍ୟରେ ହୋଇଥିଲା । ଖଲିଆଖମାର ଦଳ ୧-୦ ଗୋଲରେ ବିଜୟ ଲାଭ କରି ଫାଇନାଲକୁ ପ୍ରବେଶ କରିଛି । ଆସନ୍ତା ଜାନୁଆରୀ ୩ ତାରିଖ ଦିନ କଣ୍ଟାବାଞ୍ଜି ଓ ଖଲିଆଖମାର ଦଳ ସହିତ ଫାଇନାଲ ଖେଳ ଅନୁଷ୍ଠିତ ହେବ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଜାମୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଞ୍ଚୁ ଦୀପ ପ୍ରଧାନ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ବିବଚ୍ଛ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ଗଣାଦୀପ ଦାସ, ସହସମ୍ପାଦକ ମୋହନ ନେଉରା, ସଂଗଠକ ନେତ୍ରମଣି ଭୋଇ, ଡୋଳାମଣି ଦାସ, ତ୍ରିନାଥ ଭୋଇ, ସୁଧାଂଶୁ ଭୋଇ, ସହିଦ ମହମ୍ମଦ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଆସନ୍ତା ଜାନୁଆରୀ ୩ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.