centurian jitm

‘ଆମେ ଓଡ଼ିଆ’ର ‘ବାଜି ରାଉତ ଜାତୀୟ ଫୁଟବଲ କପ୍‌ ଟୁର୍ଣ୍ଣାମେଣ୍ଟ’ : ଫାଇନାଲରେ ପରସ୍ପରକୁ ଭେଟିବେ ଗୋଆ ଓ ରାଜସ୍ଥାନର ଫୁଟବଲ ଟିମ୍‌

nschool
  • ଆଜି ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଆସାମର ବୋଡୋଲ୍ୟାଣ୍ଡ ବିଜୟୀ
  • ଆସନ୍ତା ୮ ତାରିଖରେ ତାଳଚେର ଏମ୍‌ସିଏଲ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ
  • ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏବଂ ରାଜସ୍ଥାନ ୟୁନାଇଟେଡ଼ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍‌ ଟୁର୍ଣ୍ଣାମେଣ୍ଟ’ର ଆଜି ଓଡିଶା ଏକାଦଶ ଏବଂ ଆସାମର ବୋଡୋଲ୍ୟାଣ୍ଡ ଫୁଟବଲ କ୍ଲବ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ତାଳଚେର ସ୍ଥିତ ଏମସିଏଲ ବ୍ଲାକ୍‌ ଡାଇମଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ବୋଡୋଲ୍ୟାଣ୍ଡ ଦଳ ଓଡ଼ିଶାକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ଏକ ସୁନ୍ଦର ଗୋଲ ଏବଂ ଚମତ୍କାର ଖେଳ ପାଇଁ ବୋଡୋଲ୍ୟାଣ୍ଡର ରୋହନ ବ୍ରହ୍ମାଙ୍କୁ ହିରୋ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସର୍ବଭାରତୀୟ ଫୁଟବଲ୍‌ ସଂଘ(ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଯୋଗଦେଇଥିଲେ । ତାଙ୍କ ସହ କାଳନ୍ଦୀ ସାମଲ, ଏମ୍‌ସିଏଲ୍‌ ଜଗନ୍ନାଥ ଏରିଆର୍‌ ଜିଏମ୍‌ ଏକେ ଧଳ, ଓଡିଶା ଫୁଟବଲ ଟିମ୍‌ର ପୂର୍ବତନ ଅଧିନାୟକ ରଣଜିତ ଟିଗ୍ଗା, ସୀମାଞ୍ଚଳ ଖଟେଇ, ବିଶ୍ୱଜିତ୍‌ ପଟ୍ଟନାୟକ, ଯଯାତି ପଟ୍ଟନାୟକ, ସଂଗ୍ରାମ ପାତ୍ର ଆଦି ଖେଳ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଏମ୍‌ସିଏଲ୍‌ ବ୍ଲାକ୍‌ ଡ଼ାଇମଣ୍ଡ ଷ୍ଟାଡିୟମରେ ଗୋଆ ଏବଂ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ।

Leave A Reply

Your email address will not be published.

error: Content is protected !!