oom

ବାଜି ରାଉତ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଗୋଆକୁ ଭେଟିବ ରାଜସ୍ଥାନ ଟିମ୍

jsmm

ଅନୁଗୁଳ : ଦେଶର ସର୍ବକନିଷ୍ଠ ସ୍ଵାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ସମ୍ମାନାର୍ଥେ ‘ଆମେ ଓଡ଼ିଆ’ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ‘ବାଜି ରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ’ର ତୃତୀୟ ଦିନରେ ଦୁଇଟି ସେମି ଫାଇନାଲ ମ୍ୟାଚ୍ ଅନୁଗୁଳର କଦମ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁମ୍ବାଇର ଫୁଟବଲ ଟିମ୍ କେନକ୍ରେ ଏଫସିକୁ ସାମ୍ନା କରିଥିଲା ଗୋଆର ଚର୍ଚ୍ଚିଲ ବ୍ରଦର୍ସ ଏଫସି । ମ୍ୟାଚଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ସଂପୂର୍ଣ୍ଣ ୯୦ ମିନିଟରେ ସ୍କୋର ୧-୫ ରହିଥିଲା । ଏହି ମ୍ୟାଚରେ ଚର୍ଚ୍ଚିଲ ବ୍ରଦର୍ସର ଅବ୍ଦୁଲାଏ ସାନେ ହିରୋ ଅଫ୍ ଦ ମ୍ୟାଚ୍ ଭାବେ ୨୦ ହଜାର ଟଙ୍କାର ଚେକ ଏବଂ ଟ୍ରଫି ପାଇଥିଲେ । ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ତେଲେଙ୍ଗାନାର ଶ୍ରୀନିଦି ଡେକାନ ଏଫ୍‌ସି ଓ ରାଜସ୍ଥାନର ରାଜସ୍ଥାନ ୟୁନାଇଟେଡ଼ ଏଫ୍‌ସି ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ହୋଇଥିଲା । ଏଥିରେ ଶ୍ରୀନିଦି ଡେକାନ କୌଣସି ଗୋଲ କରିପାରିନଥିବା ବେଳେ ରାଜସ୍ଥାନ ୟୁନାଇଟେଡ଼ ଏଫ୍‌ସି ୩ଟି ଗୋଲ କରି ଫାଇନାଲ ପାଇଁ ନିଜର ସ୍ଥାନ ନିଶ୍ଚିତ କରିଥିଲା । ଏହି ମ୍ୟାଚରେ ବିଜୟୀ ଦଳର ଅଧିନାୟକ ମାର୍ଟିନ ହିରୋ ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଛନ୍ତି । ପ୍ରଥମ ସେମି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କେଉଁଝର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଯୋଗଦେଇଥିଲେ । ସେହିପରି ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମଗିରି ବିଧାୟକ ଏବଂ ଭାରତର ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ପୂର୍ବରୁ ୭ ନଭେମ୍ବରରେ ଓଡ଼ିଶା ୧୧ ଏବଂ ଆସାମର ବୋଦୋ ଲ୍ୟାଣ୍ଡ୍ ମଧ୍ୟରେ ତାଳଚେରରେ ଏକ ଅତିରିକ୍ତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ ।

jittmm
Leave A Reply

Your email address will not be published.