କଳାପାହାଡ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନର୍ଲା : ନର୍ଲା ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ କଳାପାହାଡ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ନର୍ଲା ଏସ୍କନ କ୍ଲବ ପକ୍ଷରୁ ଆୟୋଜନ ଫୁଟବଳ ଟୁର୍ଣ୍ଣାମେଣ୍ଟ ରେ ୮ଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା ୨୪ ତାରିଖରେ ଫାଇନାଲ ଖେଳ ଅନୁଷ୍ଟିତ ହେବ ବୋଲି କ୍ଲବ ର ସଦସ୍ୟ କିଶୋର ମାଝି ପ୍ରକାଶ କରିଛନ୍ତି । ଉଦଘାଟନି ମ୍ୟାଚ ରେ ଘୋଡାବନ୍ଧ ସହ ଡୁଙ୍ଗାପଟା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଡୁଙ୍ଗାପଟା ଦଳ ଘୋଡାବନ୍ଧ ଦଳକୁ ୨/ ୦ ଗୋଲ ଦେଇ ପରାସ୍ତ କରିଥିଲା । ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ରୁପେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ଯୋଗ ଦେଇଥିଲେ, ଖେଳକୁ ସନ୍ତୋଷ ନାଏକ ପରିଚାଳନା କରିଥିବା ବେଳେ ଲାଇନରେ ସୁଶୀଲ ନାଏକ ଓ ମାର୍କଣ୍ଡ ନାଏକ ସହଯୋଗ କରିଥିଲେ । କମିଟି ତରଫରୁ ଦିପୁ ପାତ୍ର , ପିଣ୍ଟୁ ନାଗ , ରାକେଶ ବିଶୋଇ, ପୂର୍ଣ୍ଣଚନ୍ଦ୍ର ପୁଝାରୀ ,ନିରୋଜ ଶର୍ମା , ବଣ୍ଟି ଚାନ୍ଦ , ଋତୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.