ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ସଚ୍ଚିଦାନନ୍ଦ ହାଇସ୍କୁଲ ଖେଳ ପଡିଆ, ଭୁତିଆରବାହାଲଠାରେ ଦ୍ବିତୀୟ ଭୁତିଆରବାହାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୧ ଫ୍ରେଣ୍ଡସ୍ କ୍ଲବ, ଭୁତିଆରବାହାଲକୁ ୨-୦ଗୋଲରେ ପରାସ୍ତ କରି ଫୌଜ କ୍ଲବ, ଲୁଚୁକିବନ୍ଧ ଚାମ୍ପିୟନ ହୋଇଛି । ଆଜିର ଫାଇନାଲ ଖେଳ ଲୁଚକିବନ୍ଧ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା । ଆଜିର ଉତ୍ସବରେ ଅତିଥି ଭାବେ ଗୋଲାପ ବାଗ, ଅଧ୍ୟକ୍ଷ ବଲାଙ୍ଗିର ସଦର ବ୍ଲକ, ଲକ୍ଷ୍ମଣ ମେହେର ପୂର୍ବତନ ବିଡିସିସି ବଲାଙ୍ଗିର ଜିଲ୍ଲା ସଭାପତି, ବାସୁଦେବ ପତି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଲାଙ୍ଗିର ସଦର ବ୍ଲକ, ରାଜେନ୍ଦ୍ର ହୋତା ଯୁବ ବିଜୁ ଜନତା ଜିଲ୍ଲା ସଭାପତି, ରବିରାମ ଦାସ, ଗୌତମ ଭୋଇ, ଡିଗେଶ୍ୱର ଭୋଇ, ଶ୍ରୀବତ୍ସ ସାହୁ ଯୋଗଦେଇ ଥିଲେ । କରୁଣାକର ପଧାନ, ବିଜୟ ରଣା, ପ୍ରଫୁଲ୍ଲ ବଗର୍ତ୍ତୀ ଓ ସୁରଞ୍ଜନ ବାଗ ଖେଳକୁ ପରିଚାଳନା କରିଥିଲେ । ଏହି ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟକୁ ଫ୍ରେଣ୍ଡସ୍ କ୍ଲବ ଆୟୋଜନ କରିଥିଲେ ।
Prev Post
Next Post