- ଜେଏଫ୍ଏ ଢୁଲୁସର ବିଜୟୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ଢୁଲୁସର ଖେଳପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ୍ ତରଫରୁ ଅନୁଷ୍ଠିତ ବିନୋଦ ସ୍ମାରକୀ ଫୁଟବଲ ଦ୍ୱିତୀୟ ଦିବସର ଖେଳ ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜେଏଫ୍ଏ ଢୁଲୁସର ବନାମ କୋଷ୍ଠାଲ ଇଲେଭେନ କଣ୍ଟାବାଞ୍ଜି ଖେଳ ୧ – ୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୪ – ୩ ଗୋଲରେ ଢୁଲୁସର ବିଜୟୀ ହେଲା । ଚୁଡାପାଲି ସରପଂଚ ଲକ୍ଷ୍ମୀ ନନ୍ଦ, ସମିତି ସଭ୍ୟା ପୁଷ୍ପାଞ୍ଜଳି ମହାଲିଙ୍ଗ, ନାଏବ ସରପଂଚ ଅକ୍ଷୟ ତାଣ୍ଡି ଓ ପୂର୍ବତନ ଖେଳାଳିୀ ନୀଳମଣି ଦଣ୍ଡସେନା ଅତିଥିଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱର୍ଗତ ବିନୋଦ କୁମୁରାଙ୍କ ପିତା ରାମ କୁମାର କୁମୁରା ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ମଂଚାସୀନ ଥିଲେ । କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରୀଡାବିତ ପ୍ରଫୁଲ୍ଲ ବଗର୍ତ୍ତି, ପୂର୍ବତନ ଖେଳାଳୀ ଲୋକନାଥ କୁମୁରା ଓ ଶ୍ରୀବତ୍ସ କୁମୁରା ଉପସ୍ଥିତ ଥିଲେ । ଖେଳକୁ ସଞ୍ଜନ କୁଦେଇ, ଦେବାଶିଷ ବାଗ, ତ୍ରିନାଥ ଚନ୍ଦନ, ସଂଜିବ ମହାରଣା, ଜଳନ୍ଧର ସାହୁ ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ୍ କମିଶନର ଦାୟିତ୍ୱ ତୁଳାଇଥିଲେ । ଦିଲିପ ମଲ୍ଲିକ, ଉମେଶ ରଣା, ମହାଦେବ ଧରୁଆ, ବିମ୍ବାଧର ମହାଲିଙ୍ଗ, ସଚିନ୍ଦ୍ର ମଲ୍ଲିକ, ରବିନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । ୨୮ତାରିଖ ମଙ୍ଗଳବାର ଜିୱାଇଡିସି ନକଟାସର ବନାମ ଜେଏଫ୍ଏ ଢୁଲୁସର ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ହେବ ବୋଲି ଆୟୋଜନ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ସୂଚନା ଦେଇଛନ୍ତି ।