ହୃଦଘାତରେ ଯୁବ ଫୁଟବଲ ଖେଳାଳୀଙ୍କ ମୃତ୍ୟୁ

  • କ୍ରୀଡା ପ୍ରେମୀ ମହଲରେ ଶୋକର ଛାୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦେଉଳି ଗ୍ରାମର ଜଣାଶୁଣା ଫୁଟବଲ ଖେଳାଳୀ ଚିତ୍ତରଞ୍ଜନ ସିଂ ଶ୍ରୀଦାର (୪୭)ଙ୍କ ଶୁକ୍ରବାର ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ ଦେଉଲିର ଗୌନ୍ତିଆ ସ୍ୱର୍ଗତ ଲୋଚନ ଶ୍ରୀଦାରଙ୍କ ଚତୁର୍ଥ ପୁଅ ଥିଲେ । ସେ ଜଣେ ଅଞ୍ଚଳର ଜଣାଶୁଣା ଫୁଟବଲ ଖେଳାଳୀ ତଥା ସଂଗଠକ ସମାଜସେବୀ ମେଳାପୀ ସହୃଦୟ ବ୍ୟକ୍ତି ଥିଲେ । ତାଙ୍କର ପୁଅ ସ୍ୱରାଜ ସିଂ ଶ୍ରୀଦାର ମୁଖାଗ୍ନି ଦେଇଥିଲେ । ତାଙ୍କର ଅକାଳ ମୃତ୍ୟୁ ଖବର ଶୁଣି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

Leave A Reply

Your email address will not be published.