oom

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଦ୍ୱିତୀୟ ସେମିଫାଇନାଲ ଖେଳ ରିଜର୍ଭ ପୋଲିସ ବଲାଙ୍ଗିର ବନାମ କେଏଫ୍‌ସି କଣ୍ଟାବାଞ୍ଜି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରିଜର୍ଭ ପୋଲିସ ୪-୨ ଗୋଲରେ କଣ୍ଟାବାଞ୍ଜିକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ଶିଳ୍ପଦ୍ୟୋଗି ତଥା କଂଗ୍ରେସ ଯୁବନେତା ସମରେନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରିଜର୍ଭ ଇନିସପେକ୍ଟର ଅଫ୍‌ ପୋଲିସ ପ୍ରଦୀପ୍ତ କୁମାର ଦେବତା ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡଃ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଓ ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂ, କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ରମେଶ ଚନ୍ଦ୍ର ପୁରୋହିତ, ସୁଧିର ଚନ୍ଦ୍ର ପଣ୍ଡା, କାଉନସିଲ ସଦସ୍ୟ ଜୟରାମ ମିଶ୍ର, କ୍ରିକେଟ ସଂପାଦକ ଓମ ପ୍ରକାଶ ଚାନ୍ଦ, ସଦସ୍ୟ ଗୌର ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ମିଶ୍ର, ଶରତ କୁମାର ନନ୍ଦ, ଖେଳାଳି ଚୟନ କମିଟି ସଦସ୍ୟ ଡଃ. ସିଦ୍ଧେଶ୍ଵର ମିଶ୍ର ଓ ଶ୍ରୀକାନ୍ତ ରାଉତ ମଂଚାସୀନ ଥିଲେ । ଖେଳକୁ ସଂଜନ କୁଦେଇ, ଶୁଶାନ୍ତ ନାଗ, ଦୋଳ ଗୋବିନ୍ଦ ମୁଣ୍ଡା ଓ ନିଶାରକାନ୍ତ ନାଗ ରେଫରି ଥିବା ବେଳେ ଅବଦୁଲ ମୁଜିବ ମ୍ୟାଚ୍‌ କମିଶନର ଦାୟିତ୍ୱ ତୁଳାଇ ଥିଲେ । ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୨୪ ତାରିଖ ଗାନ୍ଧୀ ଷ୍ଟାଡିୟମ ଠାରେ ରିଜର୍ଭ ପୋଲିସ ବଲାଙ୍ଗିର ବନାମ୍‌ ସିସିଏଫ୍‌ଏ ବଲାଙ୍ଗିର ମଧ୍ୟରେ ଚୁଡାନ୍ତ ଫାଇନାଲ ଖେଳ ହେବ ବୋଲି ସଂସଦ ପକ୍ଷରୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.