ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଦ୍ୱିତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ୧୬ ଗୋଟି ପଡିଆରେ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସୁଜିଆ ପଡିଆରେ ୱାଇଏସ୍‌ ସୁଜିଆ ୩-୦ ଗୋଲରେ ତେନ୍ତେଲଖୁଣ୍ଟିକୁ ହରାଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ମନହିରା ୧-୦ ଗୋଲରେ ବିଲେଇସର୍ଡାକୁ ହରାଇଛି । ହଲଦି ପଡିଆରେ ଇବିଏଫ୍‌ଏ ହଲଦି ଟ୍ରାଇ ବ୍ରେକର ୩-୧ ଗୋଲରେ ପତ୍ରାପାଲି (ଖ)କୁ ହରାଇଛି । ମିଶନ ପଡିଆରେ ମହିମୁଣ୍ଡା ୪-୨ ଗୋଲରେ ରେଲୱେ ଏଫ୍‌ସିକୁ ହରାଇଛି । ମୁରିବାହାଲ ପଡିଆରେ ଧୁମସୁ ୩ -୨ ଗୋଲରେ ଏୱାଇଏସ୍‌ ମୁରିବାହାଲକୁ ହରାଇଛି । ସିଟି ସ୍କୁଲ ଟିଟିଲାଗଡ ପଡିଆରେ ସିହିନି ଏଫ୍‌ସି ୧-୦ ଗୋଲରେ ଜେଡି କ୍ଲବ ଭାଟିପଡାକୁ ହରାଇଛି । ଖୋଲାନ ପଡିଆରେ ଜଗୁଆ ୧-୦ ଗୋଲରେ ସିଆଲଝୁଡୁଙ୍ଗିକୁ ହରାଇଛି । ଜରାସିଂହା ମିନି ଷ୍ଟାଡିୟମରେ ବର୍ଲା ୧-୦ ଗୋଲରେ ଅନ୍ତର୍ଲାକୁ ଓ ଘୁଚେପାଲି ୨-୦ ଗୋଲରେ ବଡଙ୍ଗୋମୁଣ୍ଡାକୁ ହରାଇଛି । ଟିକ୍ରାପଡା ହାଇସ୍କୁଲ ପଡିଆରେ ନାରିକଟା ୪-୧ ଗୋଲରେ ଏସ୍‌ଏଫ୍‌ସି ସିହିନିକୁ ହରାଇଛି । ଖୁଜେନପାଲି ପଡିଆରେ ଜେଏସ୍‌ସି ଖଲିଆପାଲି ୪-୦ ଗୋଲରେ ମଲମୁଣ୍ଡାକୁ ହରାଇଛି । କଣ୍ଟାବାଞ୍ଜି ରେଲୱେ ପଡିଆରେ ଚଟୁଅନ୍‌କା ଏଫ୍‌ସି ଟ୍ରାଇ ବ୍ରେକର ୮- ୭ ଗୋଲରେ ବିଏସ୍‌ଏଫ୍‌ସି କଣ୍ଟାବାଞ୍ଜିକୁ ହରାଇଛି । ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମରେ ସିନ୍ଧେକେଲା ୫-୦ ଗୋଲରେ ଘରଲାକୁ ହରାଇଛି । ଟାଉନ ହାଇସ୍କୁଲ ପଡିଆରେ ଡୁଙ୍ଗୁରିପଡା ଏଫ୍‌ଏ ଟ୍ରାଇବ୍ରେକର ୫-୪ ଗୋଲରେ ଶାସ୍ତ୍ରୀନଗର ଏଫ୍‌ସିକୁ ହରାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ଲୁଚୁକିବନ୍ଧ ଟ୍ରାଇବ୍ରେକର ୪-୩ ଗୋଲରେ ବାରପୁଡୁଗିଆକୁ ଓ ଢୁଲୁସର ୪-୦ ଗୋଲରେ ଭୁତିଆରବାହାଲକୁ ହରାଇଛି । ପାଟଣାଗଡ ହାଇସ୍କୁଲ ପଡିଆରେ ସୁନାମୁଦି ୧-୦ ଗୋଲରେ ଖୁଣ୍ଟସମଲେଇକୁ ହରାଇଛି । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିରେ କୁସ୍‌ମେଲ ୧-୦ ଗୋଲରେ ସରଗଡକୁ ହରାଇଛି । ଅତିଥି ଭାବରେ ଖୋଲାନ ପଡିଆରେ ସଂସଦର ସଦସ୍ୟ ତଥା ସ୍ଥାନୀୟ ସରପଂଚ ନରେଶ କୁମାର ଅଗ୍ରୱାଲ, ସୁଜିଆ ପଡିଆରେ ଲୋଇସିଂହା ସରପଂଚ ନବ କିଶୋର ନାଏକ, ସଂକିର୍ତ୍ତନ ସଲତର, ଗୋବର୍ଦ୍ଧନ ଧରୁଆ, ବଜନାଥ ଧରୁଆ ଓ ରାଜୁ ଲୋହାର, କଣ୍ଟାବାଞ୍ଜି ପଡିଆରେ କୈଳାସ ଦିପ ଓ ସାମସନ୍‌ ସେନାପତି, ମିଶନ ପଡିଆରେ ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ, ହଲଦି ପଡିଆରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ମୁରିବାହାଲ ପଡିଆରେ ଓଷ୍ଟା ବଲାଙ୍ଗିର ସଭାପତି ପ୍ରଦୀପ ପୁଟେଲ ଓ ରାମରତନ ମେହେର, ସିଟି ସ୍କୁଲ ଟିଟିଲାଗଡ ପଡିଆରେ ବିରେନ୍ଦ୍ର ବାଗ ଓ ଧବଳେଶ୍ୱର ଦଳବେହେରା, ଜରାସିଂହା ମିନି ଷ୍ଟାଡିୟମରେ ଚିତ୍ତ ରଂଜନ ଥନାପତି, ଦେବ ପ୍ରସାଦ ମେହେର, ପ୍ରମୋଦ ସିଂ ନିନା ଓ କରୁଣାକର ମେହେର, ଖୁଜେନପାଲି ପଡିଆରେ ଲକ୍ଷ୍ମଣ ମେହେର, ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ ଓ ଏଥେଲେଟ ସଂପାଦକ ବିଭୁତି ଭୂଷଣ ପଣ୍ଡା, ବଙ୍ଗୋମୁଣ୍ଡା ପଡିଆରେ ରଶ୍ମିକାନ୍ତ ସିନ୍ଧୁର, ମଣ୍ଟୁ ସରାଫ, ସୁରେଶ ପ୍ରଧାନୀ, ଟାଉନ ହାଇସ୍କୁଲ ପଡିଆରେ ଲୋକନାଥ ନେପାକ, ସୁରୁବାଗ ଓ ଡଃ. ଅନଙ୍ଗ ନାଏକ, ଚୁଡାପାଲି ପଡିଆରେ ପ୍ରଧାନ ଶିକ୍ଷକ କୁଶଲେଶ୍ୱର ମିଶ୍ର ଓ ଶଶୀ ଭୂଷଣ ପ୍ରଧାନ, ପାଟଣାଗଡ ପଡିଆରେ ପିସିସି ସଭାପତି ଅଲେଖ ପାଣିଗ୍ରାହୀ, ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସଂସଦ କାଉନସିଲ ସଭ୍ୟ ଜୟରାମ ମିଶ୍ର ଓ ତାରିଣି ମହାନ୍ତି ଟିଓ ଯୋଗ ଦେଇଥିଲେ । ଖେଳକୁ ଜିତୁ ପାତ୍ର, ଜ୍ୟୋର୍ତିମୟ ରାଉତ, ଦାମୋଦର ପ୍ରଧାନ, କରୁଣାକର ପ୍ରଧାନ, ପ୍ରଦୀପ ବଗର୍ତ୍ତି, ମହେଶ ତ୍ରିପାଠି, ଅଞ୍ଜନ ଭେସ୍ରା, ଗୋପାଳ ପ୍ରଧାନ, ବିଜୟ ରଣା, ଆଶିର୍ବାଦ ସା, ଆଶିଷଦେବ ସା, ରିଙ୍କୁ ବିଶି, ପାଣ୍ଡବ ବିଶି, ସୁଶାନ୍ତ ନାଥ, ଉମେଶ ଭୋଇ, ସଚ୍ଚିଦାନନ୍ଦ ସାହୁ, ଅବଦୁଲ ମୁଜିବ, ଗଣେଷ ଭୋଇ, ଯୁବରାଜ ଭୋଇ, ଭୋଦେବ ଭୋଇ, ସାନ ଭୋଇ, ମୋହନ ପ୍ରଧାନୀ, ରାଜେଶ ସ୍ୱାଇଁ, ପ୍ରୀତମ ନାଏକ, ଲବ ସୁନାନି, ମଳୟ ଘିଭେଲା, କୁଶଦେବ ଆଡଜୁଏଡ, କ୍ଷମାନିଧି ଭୁୟାଁ, ଗୋପାଲ ଘିଭେଲା, କୁନ୍ତେ ମେହେର, ପ୍ରଶାନ୍ତ ଥନାପତି, ଲକ୍ଷ୍ମୀଧର ମହାନ୍ତି, ଶୁଶାନ୍ତ ଥନାପତି, କୈଳାସ କର୍ତ୍ତି, ବିବଚ୍ଛ ମାଝୀ, ବୈଷନ ତାଣ୍ଡି, ଅକ୍ଷୟ ମାଝୀ, ସୀତାକାନ୍ତ ମାଝି, ପ୍ରଫୁଲ୍ଲ ବଗର୍ତ୍ତି, ସୁଦୟ ବାରିକ, ବାଦଲ ରାଉତ, ଭରତ ଡାଙ୍ଗ, ରାଜେନ୍ଦ୍ର ଧରୁଆ, ଉପେନ୍ଦ୍ର ଚନ୍ଦନ, ବିଜୟ ଖମାରୀ, ଗୌରହରି ପୁଟେଲ, ଦିଲିପ ଧରୁଆ, ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ଡିସେମ୍ବର ଭୋଇ, ବୁଲୁ ମାଝି, ସଂଞ୍ଜନ କୁଦେଇ, ଦେବାଶିଷ ବାଗ, ଏନ୍‌ଏସ୍‌ ନାଇଡୁ, ରାଜ କିଶୋର ପାଣିଗ୍ରାହୀ, ପୁରୁଷୋତ୍ତମ ବୁଡେକ, ବୈକୁଣ୍ଠ ଜେନା, ଜ୍ୟୋତି ମହାନନ୍ଦ, ବୁଦ୍ଧଦେବ ନାଏକ, ଜଳନ୍ଧର ସାହୁ, ଶରତ ନନ୍ଦ, ଦୋଳଗୋବିନ୍ଦ ମୁଣ୍ଡା, ରାଜେନ୍ଦ୍ର ସେଠ, ତ୍ରିନାଥ ଚନ୍ଦନ, ଖୁସିରାମ ମଲ୍ଲିକ, ସୁଧାଂଶୁ ସେଠ, ସୁରେଶ ନାଏକ, ସୁଦର୍ଶନ ସେଠ, ସଂଜିବ ମହାରଣା ଓ ନିଶାରକାନ୍ତ ନାଗ ଖେଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.