oom

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୧ରୁ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିର ଠାରେ କ୍ରୀଡା ସଂସଦର କାର୍ଯ୍ୟକାରୀ କମିଟି, ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି, ଚୟନ କମିଟି ଓ ଅମ୍ପାୟାର କମିଟି ବୈଠକ ଗୁଡିକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରିଙ୍କ ଆବହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ସଂସଦର କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିଲେ । ସେହିପରି କ୍ରୀଡା ସଂସଦର କୋଷାଧ୍ୟକ୍ଷ ତଥା ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଟୁର୍ଣ୍ଣାମେଣ୍ଟ କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ସେପ୍ଟେମ୍ବର ୧୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଖେଳ ପଡିଆରେ ଆୟୋଜନ କରା ଯିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ଆଗ୍ରହୀ ଅଂଶ ଗ୍ରହଣକାରୀ ଦଳ ଅଗଷ୍ଟ ୩୦ ତାରିଖ ସୁଦ୍ଧା ତାଙ୍କ ଆବେଦନ ଫର୍ମ ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟାଳୟରେ ଦାଖଲ କରିବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ଉକ୍ତ ବୈଠକରେ ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ଶତୃଘନ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଜନ୍ଦ, ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ରାଜେନ୍ଦ୍ର କୁମାର ପୁରୋହିତ, ଶିଶିର କୁମାର ବହିଦାର, ସୁଧିର ଚନ୍ଦ୍ର ପଣ୍ଡା, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ଶରତ କୁମାର ନନ୍ଦ, ନରେଶ ଅଗ୍ରୱାଲ, ସୁନିଲ ଚନ୍ଦ୍ର ବିଶ୍ୱାଲ, ଭୁପେନ୍ଦ୍ର ପ୍ରସାଦ ସିଂ, ଶ୍ରୀକାନ୍ତ ରାଉତ, ନିସାରକାନ୍ତ ନାଗ, ନରସିଂସ୍ୱାମୀ ନାଇଡୁ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.