om academy

ଫ୍ଲାଏଓଭର ବ୍ରିଜ ଉପରୁ ଟ୍ରେନକୁ ଡେଇଁ ପଡିଲେ ଯୁବକ

jsm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ଥାନା ଛକ ଦେଇ କଲେଜ ରୋଡ ପର୍ଯ୍ୟନ୍ତ ଥିବା ଫ୍ଲାଏଓଭର ବ୍ରିଜ ଉପରୁ ଗତକାଲି ଟ୍ରେନକୁ ଡେଇଁ ପଡିଛନ୍ତି ଏକ ଯୁବକ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଟିଟିଲାଗଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣକ ସ୍ଥାନୀୟ ହାଟପଦାପଡାର ଚେରୁ ପୋଢ ବୋଲି ଜଣାପଡିଛି । ଆହତ ଚେରୁଙ୍କ ମା’ ଦେଇଥିବା ସୂଚନା ଅନୁସାରେ ଚେରୁ ଏକ ସାଇକେଲ ମେକାନିକ ଭାବେ କାମ କରନ୍ତି । ଅନେକ ସମୟରେ ସେ ମାତାଲ ଅବସ୍ଥାରେ ଘରକୁ ଆସୁଥିଲେ । ଗତକାଲି ମଧ୍ୟ ମାତାଲ ଅବସ୍ଥାରେ ଘରକୁ ଆସିଥିଲେ । ଘରେ କଥା କଟାକଟି ହେବା ପରେ ସେ ଘରୁ ବାହାରିଯାଇ ବ୍ରିଜ ଉପରୁ ଟ୍ରେନକୁ ଡେଇଁ ପଡିଥିଲେ । ଚେରୁଙ୍କ ମୁଣ୍ଡ ସହିତ ଶରୀରର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଛି । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.