oom

ବଲାଙ୍ଗିର ଟାଉନ ଥାନା ଏବଂ ସଦରଥାନାରେ ପୋଲିସ୍ ଡି.ଜିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦେଲା ବଲାଙ୍ଗିର ବିଜେପି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଏବଂ ସଦରଥାନାରେ ପୋଲିସ୍ ଡି.ଜିଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌ ଦେଇଛି ବଲାଙ୍ଗିର ବିଜେପି । ବଲାଙ୍ଗିର ବିଜେପି ତରଫରୁ କୁହାଯାଇଛି ଯେ, ଓଡ଼ିଶା ପୋଲିସର ମାତ୍ରାଧିକ ଓ ଅମାନବୀୟ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ତଥା ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚା ଭାଇମାନଙ୍କୁ ଶାସକ ବିଜୁ ଜନତା ଦଳର ଇଙ୍ଗିତରେ ଓଡ଼ିଶା ପୋଲିସ ଯେଉଁ ପ୍ରକାରର ହିଂସାତ୍ମକ ଆକ୍ରମଣ କରିଥିଲା ତାହା ଖୁବ୍ ନିନ୍ଦନୀୟ, ସେଥିପାଇଁ ଓଡ଼ିଶା ସାରା ପ୍ରତ୍ୟେକ ଥାନାରେ ଓଡ଼ିଶା ପୋଲିସ ଡି.ଜି ଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଟାଉନ ଥାନାରେ ଦୀନେଶ ଶର୍ମା, ପିତାମ୍ବର ଖମାରୀ, ପଙ୍କଜିନୀ ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ରଶ୍ମିରେଖା ଦାନୀ, ଅନୁସୟା ବେଜ, ଅନିତା ମିଶ୍ର, ସତ୍ୟବତୀ ଗୁରୁ, ସରିତା ଯୋଶୀ, ନିରୁପମା ସାହୁ, ଲଳିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ସଦର ଥାନାରେ ଅନନ୍ତ ଦାସ, ସୁନିଲ କୁମାର ମିଶ୍ର, ସଞ୍ଜୀବ ବାବୁ, ଗଣେଶ ବାଗ, ଅନ୍ତର୍ଯ୍ୟାମୀ ସାହୁ, ଉଗ୍ରସେନ ପାତ୍ର, ସୁବ୍ରତ କୁଅଁର, ସୋମନାଥ ସିଂହଦେଓ, ଗୁଣନିଧି ପଟେଲ, ଦିଲ୍ଲୀପ ବିଶ୍ଵାଳ, ବିପିନ ବେହେରା, ଜୟକୃଷ୍ଣ ସାହୁ, ବନମାଳି ବେହେରା, ପର୍ଶୁ ବଘାର, ସନ୍ୟାସୀ ଭୋଲ, ଅଶୋକ ସାଏ, ଗୋପୀନାଥ ଖେତି, ସୁଶିଲ ପ୍ରଧାନ, ବିଦ୍ୟା ସୁନା, ସତ୍ୟବାନ୍ ବିଶ୍ଵାଳ, ବୃନ୍ଦାବନ ନାୟକ, ଅଭିମନ୍ୟୁ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.