ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ବାୟା ବଜାର ନିକଟରେ ଏକ ଫିନୋ ପେମେଣ୍ଟ ବ୍ୟାଙ୍କ ଲୋକାର୍ପିତ ହୋଇଯାଇଛି । ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ଶୈଳେଶ ପାଣ୍ଡେ ଆନୁଷ୍ଠାନିକ ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଫିନୋ ବ୍ୟାଙ୍କ ମୁଖ୍ୟ ସୁବ୍ରତ ବିଶୋଇ, ଉପସଭାପତି ଆଶିଷ ଆହୁଜା, ଇଷ୍ଟ ଜୋନ ହେଡ ଅତୁଳ ତିବେଦୀ ଓ ନବକୋଶୋର ଖଟେଇ, ବେଣୁଧର ମଙ୍ଗରାଜ ପ୍ରମୁଖ ଲୋକାର୍ପିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଗ ଦେଇଥିଲେ । ଏହି ଫିନୋ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଗ୍ରାମାଂଚଳରେ ଲୋକମାନେ ସହଜରେ ଟଙ୍କା ଡିପୋଜିଟ ଓ ଉଠାଣ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!