କୋଭିଡ କଟକଣା ପାଳନ ଉପରେ କଡାକଡି ଯାଂଚ : ଗାଇଡଲାଇନ ଉଲଘଂନ ନେଇ ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରେଞ୍ଚ ପଞ୍ଚାୟତରେ ବିଜେଡିର ଡୋର କ୍ୟାମ୍ପାନିଙ୍ଗ ଚାଲୁଥିବା ବେଳେ ବିଜେଡି କର୍ମୀମାନେ କୋଭିଡ ଗାଇଡଲାଇନ ଉଲଘଂନ କରିଥିବା ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ବିଜେଡି କର୍ମୀମାନଙ୍କୁ ଅଟକାଇଥିଲେ । ଡେଲାଙ୍ଗ ଅଂଚଳରେ କୋଭିଡ ଗାଇଡଲାଇନ ଉଲଘଂନ କରିଥିବା ନେଇ ଜୈନିକ ନେତାଙ୍କ ଠାରୁ ୫ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଛି । ଏହା ସହିତ ପୁନର୍ବାର ପ୍ରଚାର ସମୟରେ କୋଭିଡ ଗାଇଡ ଲାଇନ ଉଲଘଂନ କରିବେ ନାହିଁ ବୋଲି ଜଣାଇଛନ୍ତି । ଏନେଇ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା ସମସ୍ତ କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସମସ୍ତ କୋଭିଡ ଗାଇଡଲାଇନ ନିୟମ ମାନି କାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । କୋଭିଡ କଟକଣା ନିୟମ ଉଲଘଂନକାରୀଙ୍କ ଉପରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଶ୍ରୀ ବଢେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.