ମାଙ୍କଡା ପଥର ଗାଡି ଜବତ : ୨୪ ହଜାର ଫାଇନ୍‌ ଆଦାୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତ ଶିଶୁଆପଡାଛକ ନିକଟରୁ ବିଳିମ୍ବିତ ରାତିରେ ବେଆଇନ ପଥର ଚାଳଣ ବେଳେ ଡେଲାଙ୍ଗ ତହସିଲ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିଳିଛି । ସେଠାରୁ ପଥର ବୋଝେଇ ଦୁଇଟି ଗାଡି ଜବତ କରିବା ସହ ୨୪ ହଜାର ଟଙ୍କା ଫାଇନ୍‌ ଆଦାୟ କରାଯାଇଥିବା ଖବର ଜଣାପଡିଛି । ମିଳିଥିବା ସୁଚନାନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ବେଆଇନ ଚୋରା ମାଙ୍କଡା ପଥର ଚାଲଣ ହେଉଥିବା ବିଶେଷ ସୁତ୍ରରୁ ଖବର ମିଳିଥିଲା ଫଳରେ ଡେଲାଙ୍ଗ ତହସିଲର ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଶିଶୁଆପଡା ଛକ ନିକଟରେ ଚଢାଉ କରିଥଲେ । ସେଠାରୁ ବେଆଇନ୍‌ ପଥର ବୋଝେଇ ଗାଡିକୁ ଜବତ କରିଥିଲେ । ଅତିରିକ୍ତ ତହସିଲଦାରଙ୍କ ସହିତ ଷଡାଙ୍ଗୋଇ ରାଜସ୍ୱ ନୀରିକ୍ଷକ କୃଷ୍ଣଚନ୍ଦ୍ର ନାୟକ ଓ ମୋଟରୀ ରାଜସ୍ୱ ନିରୀକ୍ଷକ ଅଭୟ ଚନ୍ଦ୍ର ମହାନ୍ତି ପ୍ରମୁଖ ଚଢାଉ ସମୟରେ ଉପସ୍ଥିତ ଥିଲେ । ପଥର ବୋଝେଇ ଗାଡି ଖଣ୍ଡକେ ୧୨ ହଜାର ଟଙ୍କା ଲେଖାଁଏ ଦୁଇଟି ଗାଡିରୁ ୨୪ ହଜାର ଟଙ୍କା ଫାଇନ୍‌ କଟାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.