centurian jitm

ବ୍ରାହ୍ମଣୀ ଗ୍ରାମର ଦାଦନ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ : ଗାଁକୁ ଫେରିଲା ମୃତଦେହ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ଲିଫ୍ଟ ଭାଙ୍ଗି ଛିଣ୍ଡି ଯିବାରୁ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ବ୍ରାହ୍ମଣୀ ଗ୍ରାମର ବାଳକୃଷ୍ଣ ରଣାଙ୍କ ବଡ଼ପୁଅ ବିମଳ ରଣା(୨୫) ଗତ ଦଶହରା ସମୟରେ ଅନ୍ୟମାନଙ୍କ ସହିତ ମୁମ୍ବାଇକୁ ଦାଦନ ଶ୍ରମିକଭାବେ କାମ କରିବାକୁ ଯାଇଥିଲେ । ସେ ମୁମ୍ବାଇର ଏସଏସସିଏଲ୍ ନାମକ ଏକ କମ୍ପାନୀର ଉପର ମହଲାରେ କାର୍ଯ୍ୟ କରୁଥିଲେ । ଗତ ୯ତାରିଖ ରାତି ୮ଟାରେ ସେ ଲିଫ୍ଟରେ ଯାଉଥିବା ବେଳେ ଲିଫ୍ଟଟି ଛିଣ୍ଡି ପଡ଼ିବାରୁ ଅନ୍ୟମାନଙ୍କ ସହିତ ତାଙ୍କର ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।ସେଠାରେ ଥିବା ଗ୍ରାମର ଅନ୍ୟ ଦାଦନ ଶ୍ରମିକମାନେ ଏହା ଜାଣିପାରି ପରିବାର ଲୋକଙ୍କୁ ଜଣାଇଥିଲେ । ଶୁକ୍ରବାର ବିମାନରେ ମୃତଦେହ ରାୟପୁର ପର୍ଯ୍ୟନ୍ତ ଅଣାଯାଇ ସେଠାରୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ସମଗ୍ର ରଣା ପରିବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ବିମଳଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.