ଚୋରା ଶାଳ ସାଇଜ କାଠ ସହ ମାରୁତି ଭ୍ୟାନ ଜବତ, ଚାଳକ ଫେରାର

କଳାହାଣ୍ଡି, (ହେମନ୍ତ ସାହୁ) : ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଚାରିଛକ ଠାରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ହରଲଙ୍ଗା ଠାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ ଚୋରା ଶାଳ ସାଇଜ କାଠ ବୋଝେଇ ମାରୁତି ଭ୍ୟାନ ଗାଡ଼ିକୁ ସନ୍ଦେହରେ ଅଟକାଇଥିଲେ । ହେଲେ ଗାଡ଼ି ଚାଳକ ବନ ବିଭାଗ କର୍ମଚାରୀ ମାନଙ୍କୁ ଦେଖି ଦୃତ ଗତିରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ତାକୁ ପିଛା କରି ଗାଡ଼ିକୁ ଅଟକାଇଥିଲେ । ଗାଡିରେ ଥିବା ୩୦ଖଣ୍ଡ ଶାଳ ସାଇଜ କାଠ ସହ ମାରୁତି ଭ୍ୟାନ ନଂ ଓଆର୧୭ ଏ ୭୭୩୪କୁ ଜବତ କରାଯାଇଛି । ହେଲେ ଘଟଣା ସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଛି । ଏହି ଚଢାଉରେ ବନ ବିଭାଗ ରେଞ୍ଜର ଅସିତ କୁମାର ଦାସ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଦୀପକ ସା, ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ଗୋପୀନାଥ ନାୟକ, ଲୋଚନୀ ଦୋରା ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.