ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ

ଅନୁଗୁଳ : ଅନୁଗୁଳ ନେହେରୁ ଯୁବ କେନ୍ଦ୍ର ଓ ଅନୁଗୁଳ ସ୍ଵୟଂଶାସିତ ମହବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଫିଟ୍ ଇଣ୍ଡିଆ ରନ -୨୦୨୧ର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ସମସ୍ତ ସ୍ଵେଚ୍ଛାସେବୀ ଅନୁଗୁଳ ମହାବିଦ୍ୟାଳୟର ଏନ୍.ଏସ.ଏସ, ଏନ୍.ସି.ସି ଓ ଜିଲ୍ଲାର ବିଭିନ୍ନ ବ୍ଲକର ସଦସ୍ୟମାନେ ଅନୁଗୁଳ ମହାବିଦ୍ୟାଳୟର ମୁଖ୍ୟ ଫାଟକରୁ ଆରମ୍ଭ କରି କଲେଜ ଛକ, ହାଟ ଛକ, ଶିକ୍ଷକ କଲୋନୀ ଦୀର୍ଘ ୧.୫ କି.ମି ପରିଭ୍ରମଣ କରି ପୁନଃ ମୁଖ୍ୟ ଫାଟକ ପାଖକୁ ଆସି ମିନି ମାରାଥନକୁ ଶେଷ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରିନ୍ସିପାଲ ଡ. ନମିତା ପଟ୍ଟନାୟକ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅଗ୍ନିଶମ ବିଭାଗର ଉପ ନିର୍ଦ୍ଦେଶକ ସୁକାନ୍ତ କୁମାର ନାଥ, ବନବିଭାଗର ଲିଙ୍ଗରାଜ ଦେହୁରୀ, ଏନ୍.ସି.ସିର ମୁଖ୍ୟ ପରିଚାଳକ ଡ . ଅଭିମନ୍ୟୁ ଦାସ , ଏନ୍ .ଏସ.ଏସ.ର ଜିଲ୍ଲା ସଂଯୋଜକ ସ୍ମିତା ମଲ୍ଲିକ ଓ ରାଷ୍ଟ୍ରୀୟ ଯୁବ ପୁରସ୍କାର ସମ୍ମାନିତ ସୁଶାନ୍ତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ନିଜର ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ତପନ କୁମାର ସାମଲ, ସୁଜିତ୍ ସାହୁ, ସୁଶାନ୍ତ କୁମାର ଦାସ, ସୁଶିଲ ସାହୁ, ତାପସ ସାହୁ, ସାଗର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.