ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଗତ ୧୨/୦୩/୨୦୨୧ ଶୁକ୍ରବାର ଦିନ ଲଖନା କୋଳନି ଠାରେ ଶିବରାତ୍ରି ପୂଜା ଚାଲିଥିବା ବେଳେ ଏକ ଅଜଣା ନାବାଳିକା ସେହି ସ୍ଥାନରେ ବୁଲାବୁଲି କରୁଥିଲା । ବହୁତ୍ ସମୟ ପରେ ଲୋକେ ତାକୁ ପଚାରିଲେ କୋଉଠୁ ଆସିଛୁ, କିନ୍ତୁ ସେ କିଛି ବି କହିପାରୁନଥିଲା । କଲୋନୀର ମହିଳାମାନେ ଖାଇବାକୁ ମଧ୍ୟ ଦେଇଥିଲେ ଏବଂ ବହୁତ୍ ଚେଷ୍ଟା କଲେ ସେ କୋଉ ଗାଁର କିନ୍ତୁ କିଛି ବି ଜଣାପଡ଼ିଲା ନାହିଁ ପରେ ଲଖନା ଥାନାକୁ ଯୋଗାଯୋଗ କରି ଚାଇଲଡ୍ ହେଲ୍ପ ଲାଇନ ସେଣ୍ଟରକୁ ଫୋନ୍ କରିବାରୁ ନୂଆପଡ଼ା ଚାଇଲ୍ଡ ହେଲ୍ପ ଅଫିସର୍ ଆସି ସେହି ଝିଅକୁ ନୂଆପଡ଼ା ଚାଇଲ୍ଡ ହେଲ୍ପ ସେଣ୍ଟରକୁ ନେଇଯାଇଥିଲେ । ଝିଅର ମାନସିକ ଭାରସାମ୍ୟ ଠିକ୍ ନଥିବା ଜଣାପଡିଛି । ଏହି ଖବରକୁ ସାମ୍ବାଦିକ ବେଦବର ଛତ୍ରିଆ ଫେସ୍ବୁକର ବିଭିନ୍ନ ଗ୍ରୁପରେ ପୋଷ୍ଟ କରିଥିଲେ । ଯାହାଫଳରେ ଝିଅର ପରିବାର ଲୋକଙ୍କ ପର୍ୟ୍ୟନ୍ତ ଖବର ମିଳିଗଲା । ଏହି ପୋଷ୍ଟ ଦେଖିବା ପରେ ଗମ୍ଭାରୀର ରଶ୍ମିତା ବରିହା ଏବଂ ଚୋରମୁଣ୍ଡାର ଗଣପତି ସୁନା । ବେଦବର ଛତ୍ରିଆଙ୍କୁ ଯୋଗାଯୋଗ କରିଥିଲେ ଏବଂ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ପାଇଁ କହିଥିଲେ । ପରେ ନାବାଳିକାର ପରିବାର ଲୋକଙ୍କ ସହିତ ବେଦବର ଆସି ନୂଆପଡାର ଚାଇଲ୍ଡ ହେଲ୍ପ ସେଣ୍ଟଣରୁ ଝିଅଙ୍କୁ ଆଣିଥିଲେ । ଝିଅଟି ହେଉଛି ବରଗଡ଼ ଜିଲ୍ଲା ଟେମ୍ରିମାଲ୍ ଗ୍ରାମର ଧୃବରାଜଙ୍କ ଝିଅ ସରସ୍ଵତୀ । ବୟସ ୧୩ ବର୍ଷ । ଝିଅଙ୍କୁ ପାଇ ପରିବାର ଲୋକେ ଗଣପତି ଏବଂ ରଶ୍ମିତା ବରିହାଙ୍କୁ ଧନ୍ୟବାଦ୍ ଦେଇଛନ୍ତି ଏବଂ ବେଦବର ଛତ୍ରିଆଙ୍କୁ ଉକ୍ତ ନାବାଳିକା ଗ୍ରାମର ଭଦ୍ରବ୍ୟକ୍ତି ସାଧୁ ବାଦ୍ ଜଣେଇଛନ୍ତି ।
Prev Post
Next Post