centurian jitm

ଜଗଦା ସାଂସ୍କୃତିକ ପରିଷଦ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଫଳ ବଣ୍ଟନ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସାଂସ୍କୃତିକ ପରିଷଦ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଉରକେଲା ସ୍ୱତନ୍ତ୍ର କାରାଗାରରେ ଫଳ ବଣ୍ଟନ କରାଯାଇଥିଲା । ପରିଷଦ ତରଫରୁ ଜେଲର ସୁପରିଟେଣ୍ଡଣ୍ଟ୍‌ଙ୍କୁ ପ୍ରାୟ ୫୦୦ପୁଡିଆ ଫଳ ହସ୍ତାନ୍ତର କରାଯାଇ ବନ୍ଦୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ସର୍ବଶ୍ରୀ ସଂଜୀବ କୁମାର ମହାନ୍ତି, ପିତାମ୍ବର ଲେଙ୍କା, ପ୍ରଭାତ କୁମାର ମହାନ୍ତି, ଡଃ ସୁମନ ଦତ୍ତ, ଲକ୍ଷ୍ମୀ ଧର ନାୟକ, ବସନ୍ତ ବାରିକ, କୀର୍ତ୍ତିଲତା ପଣ୍ଡା, ବୀଣାପାଣି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.