oom

ମିଛ ନାଁରେ ଫେସବୁକ୍‌ ଆଇଡି କରିଥିବା ରାମ ୟାଦବ ଓ ପ୍ରିୟଙ୍କା ପୁରୋହିତଙ୍କ ବିରୁଦ୍ଧରେ ସାଇବର ଥାନା ପକ୍ଷରୁ ପଦକ୍ଷେପ ଶୂନ୍ୟ ଅଭିଯୋଗ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଦୁନିଆ ଯେତେ ଆଗକୁ ବଢୁଛି ସେତିକି ମାତ୍ରାରେ ଟେକନୋଲୋଜି ସେତିକି ଆଗକୁ ନେଉଛି । ଆଜିକାଲି ନେଟରେ ସବୁ କାର୍ଯ୍ୟ ଚାଲିଛି, ସେ ଭିତରୁ ସୋସିଆଲ ମିଡ଼ିଆ ଅନ୍ୟତମ । କିଛି ଘଟଣା ଘଟିଲା ମାତ୍ରକେ ଯିଏ ଯାହାର ଫେସବୁକ୍, ୱାଟସ୍‌ଏପ୍‌, ଇନଷ୍ଟାଗ୍ରାମ, ଏକସ୍‌ ଭଳି ସୋସିଆଲ ମିଡ଼ିଆ ପେଜରେ ପୋଷ୍ଟ କରୁଛନ୍ତି । ଏହାର ଏତିକି ମାତ୍ରାରେ ବ୍ୟବହାର ବଢ଼ି ଗଲାଣି ଯେ ଲୋକ ବ୍ୟବହାର ନ କଲେ ଚଳି ପାରିବେ ନାହିଁ । ଅପର ପକ୍ଷରେ ଏହାର ଦୁର୍ବ୍ୟବହାର କରୁଛନ୍ତି କିଛି ଖଳ ପ୍ରକୃତିର ଲୋକ । ଯେମିତିକି ରାଜନୀତି କରୁଥିବା କିଛି ଅସାଧୁ ଲୋକ ନିଜର ବିରୋଧୀଙ୍କୁ କଟାକ୍ଷ କରିବା ପାଇଁ ଭୁଲ ତଥ୍ୟ ପ୍ରଦାନ କରି ଅନ୍ୟ ଲୋକମାନଙ୍କ ନାଆଁରେ ମିଛ ପରିଚୟ ଦେଇ ଫେସ୍‌ବୁକ ଆଇଡି ଖୋଲି ଲୋକଙ୍କ ନାଆଁରେ ମିଥ୍ୟା ତଥ୍ୟ ପ୍ରଦାନ କରି ସେମାନଙ୍କୁ ବଦନାମ କରିବାକୁ ମଧ୍ୟ ପଛାଉ ନାହାଁନ୍ତି, ଏହା ସହିତ ତାଙ୍କ ନେତା କି ତାଙ୍କ ଦଳ ବିଷୟରେ ଯଦି ତାଙ୍କର ଅବଗୁଣ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଥିବ, ସେହି ପୋଷ୍ଟକୁ ଯଦି କୌଣସି ସାଧାରଣ ଲୋକ ନିଜ ଆଇଡିରେ ପୋଷ୍ଟ କରୁଛି ତାହେଲେ ଅଭଦ୍ର ଭାଷା ତଥା ଖରାପ କମେଣ୍ଟ ଦେଉଛନ୍ତି ମିଛ ଆଇଡି କରିଥିବା ରାମ ୟାଦବ ଓ ପ୍ରିୟଙ୍କା ପୁରୋହିତ । ପ୍ରିୟଙ୍କା ପୁରୋହିତଙ୍କ ନାମରେ ପୂର୍ବରୁ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ଆଜି ଯାଏଁ କିଛି ସୁଫଳ ମିଳିନାହିଁ । କିଛି ଦିନ ତଳେ ଟିଟିଲାଗଡକୁ ସାଇବର ସୁରକ୍ଷା ସଚେତନ ରଥ ଆସି ଲୋକଙ୍କୁ ସଚେତନ କରି ଗଲେ ହେଲେ ଆଜି ଯାଏଁ ଅଭିଯୋଗ କରାଯାଉଥିବା ଫେକ ଆଇଡି କରିଥିବା ଲୋକଙ୍କୁ ଧରିବାରେ ଅସଫଳ ହୋଇଥିବା ଲୋକଙ୍କୁ ଚକିତ କରିଛି ।

jittmm
Leave A Reply

Your email address will not be published.