ସାମ୍ବାଦିକଙ୍କ ମୁଣ୍ଡ ଦାବୀ କରିବା ଘଟଣା : ରୋହନ ମହତ ଓ ତୁଲସୀରାମ ଜଗତ ୨ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ଜେଲରଙ୍କ ଏତଲା
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସବ୍ ଜେଲରଙ୍କୁ ଦୁଇ ଜଣ ବ୍ୟକ୍ତି ୨ ଲକ୍ଷ ଟଙ୍କା ଦାବୀ କରିବା ସହିତ ଆଦିବାସୀ ମହିଳା ବୋଲି ଆକ୍ଷେପ କରିଥିବା ଅଭିଯୋଗରେ କଂଟାବାଂଜି ସବ୍ ଜେଲର ବକାଶ ଲତା ବାରୁ ଥାନାରେ ଏକ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତୁଲସୀରାମ ଜଗତ ଓ ରୋହନ ମହତ କଂଟାବାଂଜି ସବ୍ ଜେଲରଙ୍କୁ ୨ ଲକ୍ଷ ଟଙ୍କା ଦବୀ କରିବା ସହିତ ଆଦିବାସୀ ମହିଳା ବୋଲି ଆକ୍ଷେପ କରିବା ଅଭିଯୋଗରେ ଏହି ଏତଲା ଦେଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । କଂଟାବାଂଜି ଥାନା କେସ ନଂ. ୨୪୪/୨୧.୮.୨୦୨୩ ଦଫା ୩୪୧/୨୯୪/୫୦୬/୩୦୫/୩୪ ଆଇ.ପି.ସି.ରେ ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଏହି କେସ୍ର ଅନୁସଂଧାନ ଅଧିକାରୀ ଭାବେ ଥାନା ଆଇ.ଆଇ.ସି. ରଶ୍ମିତା ବେହେରା ଥିବା ଜଣାପଡିଛି ।