ଶ୍ରମିକ ସର୍ଦ୍ଦାର ବରତୁଣ୍ତା ସରପଞ୍ଚଙ୍କ ସ୍ୱାମୀ ଇଟାଭାଟିରେ ଆଦିବାସୀଙ୍କୁ ବନ୍ଦକ ରଖି ଟଙ୍କା ଧରି ଚାଲି ଆସିଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରମିକ ସର୍ଦ୍ଦାର ବରତୁଣ୍ତା ସରପଞ୍ଚଙ୍କ ସ୍ୱାମୀ ଇଟାଭାଟିରେ ଆଦିବାସୀଙ୍କୁ ବନ୍ଦକ ରଖି ଟଙ୍କା ଧରି ଚାଲି ଆସିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଗୋବିନ୍ଦ ସୁନା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମ ପଞ୍ଚାୟତର ସଂକ୍ରୀ ଗ୍ରାମରୁ ୫ ଜଣ ଯୁବକଙ୍କୁ ୫ ହଜାର ଲେଖାଏଁ ଅଗ୍ରୀମ ଦେଇ ସେମାନଙ୍କୁ ତେଲେଙ୍ଗାନା ରାଜ୍ୟ ଅନ୍ତର୍ଗତ ପିତାପାଲି ଜିଲ୍ଲା ଅଧିନସ୍ଥ କୁଆଚିଲ୍ଲା ଇଟାଭାଟିରେ ଛାଡି ଚାଲି ଆସିଥିଲେ । ଏହି ୫ ଜଣ ପ୍ରବାସୀ ଶ୍ରମିକଙ୍କ ନାମରେ ପ୍ରତ୍ୟେକ ମୁଣ୍ତ ପିଛା ୧ ଲକ୍ଷ ଟଙ୍କା ଲେଖାଁଏ ଅଗ୍ରୀମ ଆଣି ଗୋବିନ୍ଦ ସୁନା ନିଜ ଗାଁ ବରତୁଣ୍ତାକୁ ଚାଲିଆସିଛନ୍ତି । ଦୀର୍ଘ ୪ ମାସ ହେଲା ଏହି ଶ୍ରମିକ ବିହାରୀ ନାଗ, ଚନ୍ଦ୍ର ଶେଖର ଭୋଇ, ପବିତ୍ର ଭୋଇ, ଡୋଳାମଣି ଛଆଲ, କାର୍ତ୍ତିକ ଭୋଇ ସେ ଇଟାଭାଟି ମାଲିକ ପାଖରେ ବନ୍ଧା ପଡି ରହିଛନ୍ତି । ମାଲିକ ଏହି ଶ୍ରମିକମାନଙ୍କୁ ମାଡପିଟ କରି ଅତ୍ୟାଚାର କରୁଥିବା ସମ୍ବନ୍ଧରେ ଏହି ଶ୍ରମିକମାନଙ୍କୁ ଇଟାଭାଟି ତେଲେଙ୍ଗାନା ରାଜ୍ୟରୁ ମୁକ୍ତି ଦେବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଶ୍ରମିକ ବିନୋଦ ବିହାରୀ ବାଗଙ୍କ ସ୍ତ୍ରୀ ଶ୍ରୀମତୀ ସୁରୁବାଲି ନାଗ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରମିକ ସର୍ଦ୍ଦାର ଗୋବିନ୍ଦ ସୁନା ବିରୋଧରେ ଶ୍ରମିକମାନଙ୍କୁ ଶୋଷଣ କରିବାର ବହୁ ଅଭିଯୋଗ ଆଗରୁ ମଧ୍ୟ ହୋଇଛି । ଶ୍ରୀମତୀ ସୁରୁବାଲି ନାଗ ଝାରବନ୍ଧ ଥାନାରେ ମଧ୍ୟ ଏ ସଂପର୍କରେ ଲିଖିତ ଅଭିଯୋଗ ଦେଇଥିବା କହି ଝାରବନ୍ଧ ପୋଲିସ ତାଙ୍କୁ ଖରାପ ବ୍ୟବହାର ଦେଖାଇ ତାଙ୍କ ରିପୋର୍ଟ ଥାନା ଆଇଆଇସି ଗ୍ରହଣ କରି ନଥିବା କରିଛନ୍ତି । ଗୋବିନ୍ଦ ସୁନାଙ୍କୁ ଝାରବନ୍ଧ ପୋଲିସ ଡକାଇ ମୋଟା ଅଙ୍କରେ ବଟି ଆଦାୟ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.