ବଲାଙ୍ଗିର ବରିଷ୍ଠ ନାଗରିକ ମଂଚର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲାଲଟିକ୍ରା ଠାରେ ଥିବା ଭୁଲିଆ ମେହେର ଅଫିସରେ ବରିଷ୍ଠ ନାଗରିକ ମଂଚର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ମନୋରଂଜନ ମିଶ୍ର ଗତ ଇ.ବି.ମିଟିଙ୍ଗର ବିବରଣୀ ପଠନ ପରେ ସମସ୍ତ ଉପସ୍ଥିତ ସଭ୍ୟ କରତାଳି ମାଧ୍ୟମରେ ଅନୁମୋଦନ କରିଥିଲେ । ବିଗତ ସଭାମାନଙ୍କରେ ନିଆଯାଇଥିବା ସିଦ୍ଧାନ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତାର କାର୍ଯ୍ୟକାରିତା ଉପରେ ନିିରିକ୍ଷଣ କରାଯାଇଥିଲା । ତତ୍‌ ପରେ ବାର୍ଷିକ ବଣଭୋଜି ୨୦୨୨ ଉପରେ ସିଦ୍ଧାନ୍ତ ହେଲା ଯେ ଆସନ୍ତା ତା.୨୩.୦୨.୨୦୨୨ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଏହା ଅନୁଷ୍ଠିତ ହେବ । ସମସ୍ତ ସଦସ୍ୟ ବହୁଳ ଭାବେ ଯୋଗ ଦେବାକୁ ଅନୁରୋଧ କରାଯାଇଛି । ସଭା ଆଲୋଚନାରେ ବିରଞ୍ôଚ ହୋତା, ଉପ-ସଭାପତି ସୁନିଲ ଚନ୍ଦ୍ର ବିଶ୍ୱାଳ, ଅତିରିକ୍ତ ସାଧାରଣ ସଂପାଦକ ବିନୟ କୁମାର ମିଶ୍ର, ସଂଗଠନ ସଂପାଦକ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ନିଳାଞ୍ଚଳ ଚିରଗୁନ, ସହ-ସଂପାଦକ ବାସୁଦେବ ମେହେର, ଇଂ. ହରେକୃଷ୍ଣ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ପୋପାଳ କୃଷ୍ଣ ମିଶ୍ର, ବୃଷକେତୁ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.