oom

ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜନକଲ୍ୟାଣ ମଣ୍ଡପ ବଲାଙ୍ଗିରଠାରେ ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ ପାଳନ ହୋଇ ଯାଇଛି । ଏହି ସଭାରେ ସଭାନେତ୍ରୀ ଶାନ୍ତିଲତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପରାମର୍ଶଦାତା ଆଚାର୍ଯ୍ୟ ସୁଚିତ୍ର ସୁନା, ସହ ସମ୍ପାଦିକା ଅନୁପମା ପ୍ରହରାଜ, କୋଷଧ୍ୟକ୍ଷ ଉପେନ୍ଦ୍ର ମେହେର, ମହିଳା ସେଲ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପଟେଲ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ସାଧାରଣ ସମ୍ପାଦକ ହରେକୃଷ୍ଣ ରଥ, ସଂଯୋଜନା ମଧୁସୂଦନ ନାୟକ ସମସ୍ତଙ୍କ ଉପସ୍ଥିତିରେ ସଭା କାର୍ୟ୍ୟଟି ସମାପନ ହେଲା । ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକଙ୍କ ଦାୟିତ୍ୱ, କର୍ତବ୍ୟ ଓ ପାରଦର୍ଶିତା ଉପରେ ପରାମର୍ଶଦାତା ସମସ୍ତଙ୍କୁ ଅଭିଭାଷଣ ଦେଇଥିଲେ । ଏହା ସହିତ ଶ୍ରୀମତୀ ଅନୁପମା ପ୍ରହରାଜ ଶିକ୍ଷକ ଏକତା ଓ ଶୃଙ୍ଖଳା ଉପରେ ମତା ମତ ରଖିଥିଲେ । ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପଟେଲ ଶିକ୍ଷକ ସଂଘରେ ମହିଳା ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । କୋଷଧ୍ୟକ୍ଷ ଉପେନ୍ଦ୍ର ମେହେର ଶିକ୍ଷକ ସମାଜ କିଭଳି ସମାଜ ସଂସ୍କାର ଓ ପ୍ରାଥମିକ ଶିକ୍ଷାର ପ୍ରଗତି ହେବ, ସେ ଉପରେ ଅଭିଭାଷଣ ଦେଇଥିଲେ । ଜୟଦେବ ବିଶି ଶିକ୍ଷକମାନଙ୍କର ସମାଜ ପ୍ରତି ଦାୟିତ୍ୱ ଉପରେ ବକ୍ତବ୍ୟ ଦେଇଥିବା ବେଳ ସମସ୍ତ ପ୍ରକାର ଶିକ୍ଷକ ଏକ ହେବା ଉଚିତ ବୋଲି ସୌଭାଗ୍ୟ ବନ୍ତ ନାୟକ କହିଥିଲେ । ଶ୍ରୀମତୀ ଶାନ୍ତିଲତା ସାହୁ ଶିକ୍ଷକଙ୍କ ଭୂମିକା ଆଉ ସାମାଜିକ ମୂଲ୍ୟବୋଧ ଉପରେ କହିସାରିଥିବା ପରେ ଏହି ସଭାରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.