ଦିବ୍ୟଙ୍ଗତ ବ୍ୟବସାୟୀ ରାମଚନ୍ଦ୍ରଙ୍କ ଏକାଦଶାହ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ସ୍ୱର୍ଗତ ବ୍ୟବସାୟୀ ରାମଚନ୍ଦ୍ର ଦେବତା(୭୬)ଙ୍କ ଏକାଦଶାହ ଓ ଶ୍ରଦ୍ଧାଞ୍ଜଳି ଉତ୍ସବ ମହାବୀର ମନ୍ଦିର ସନ୍ନିକଟ ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ବିଷେଶ, ବଂଧୁ ପରିଜନ, ବ୍ୟବସାୟୀ ବୃନ୍ଦ, ଗ୍ରାମବାସୀ ଯୋଗଦେଇ ସ୍ୱର୍ଗତ ବ୍ୟବସାୟୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୁଣଗାନ ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ତାଙ୍କର ଘୋରଡିଆ ବଜାରରେ ଏକ ବ୍ୟବସାୟ ପ୍ରତିଷ୍ଟାନ ରହିଛି । ତାଙ୍କ ମୃତ୍ୟୁରେ ବ୍ୟବସାୟୀ ସଙ୍ଘ ପକ୍ଷରୁ ବଜାର ବନ୍ଦ ରଖାଯାଇଥିଲା । ସେ ଜଣେ ସତ୍ୟନିଷ୍ଠ, ଧର୍ମପରାୟଣ, ମେଳାପି, ପରପୋକାରୀ ଭଲ ମଣିଷ ଥିଲେ ।

Leave A Reply

Your email address will not be published.