ls

ପଦ୍ମପୁରରେ ଶାରଦୀୟ ଦୁର୍ଗାପୂଜା : ଏକ ଝଲକ

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣକୁ ପ୍ରତିହତ କରିବା ପରିପ୍ରେକ୍ଷୀରେ ସାରା ରାଜ୍ୟରେ ସରକାରଙ୍କ କଟକଣା ଆଧାରରେ ଦୁର୍ଗାପୂଜାର ଆୟୋଜନ ଚାଲିଛି । କେବଳ ପରଂପରା ରକ୍ଷା ପାଇଁ ଉଭୟ ପୀଠ ଓ ମଣ୍ଡପ ଗୁଡିକରେ ବିନା ଭକ୍ତଙ୍କ ସମାବେଶରେ ପୂଜକମାନେ ପ୍ରଚଳିତ ରୀତିନୀତି ଅନୁସାରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଏଇ ପରିପ୍ରେକ୍ଷୀରେ ପଦ୍ମପୁରରେ ଶାରଦୀୟ ଦୁର୍ଗାପୂଜା ସ୍ଥାନୀୟ ରାଜଉଆସ ଭିତରର ମଣ୍ତପରେ ଅନୁଷ୍ଠିତ ହୋଇଛି । ପଦ୍ମପୁର ଦୁର୍ଗାପୂଜାର କେତୋଟି ବିଶେଷତ୍ବ ରହିଛି । ଜମିଦାରୀ ଅମଳରୁ ସହରରେ ଗୋଟିଏ ହିଁ ମେଢ ପ୍ରସ୍ତୁତ ହୋଇଥାଏ । ଏହା ଦିବଂଗତ ଜମିଦାର ଓ ସେମାନଙ୍କର ଦାୟାଦମାନଙ୍କ ପ୍ରତି ସମ୍ମାନ ପରି ମନେ ହୋଇଥାଏ । ପଦ୍ମପୁର ଦୁର୍ଗାପୂଜାରେ ଖଣ୍ତାଧୂଆ, ପଶୁବଳି, ରଣଜିତା ଶୋଭାଯାତ୍ରା ଏପରି ଅନେକ ଗୁଡିଏ ପରଂପରା ରହିଛି । ସେ ସବୁ ସାଧିତ ହୋଇଛି । ହେଲେ ଏକ ଖାଁ ଖାଁ ପରିବେଶ ଭିତରେ । ଶ୍ରଦ୍ଧାଳୁ ମାନେ ବାହାରୁ କେବଳ ମା’ଙ୍କ ଦର୍ଶନ କରି ଫେରୁଛନ୍ତି । ସାଜସଜ୍ଜା, ଶୋଭାଯାତ୍ରା ତଥା ସାଂସ୍କୃତିକ କାର୍ୟ୍ୟକ୍ରମ ସବୁକୁ ଆୟୋଜକ କମିଟି କରୋନା ପରିସ୍ଥିତି ଯୋଗୁଁ ସଂକୁଚିତ କରିବାକୁ ବାଧ୍ୟ ହୋଇଛି । ବଜାରରେ ଅବଶ୍ୟ ଭିଡ ଲାଗିଛି । ତଥାପି ସେ ପୂର୍ବ ବର୍ଷ ଗୁଡିକର ଉତ୍ସାହ ଓ ଉଦ୍ଦୀପନା ଲୋକଙ୍କ ଠାରେ ଦେଖା ଯାଉନାହିଁ । ସମସ୍ତେ ମାଁ ଦୁର୍ଗାଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ଯେ ଆଗାମୀ ବର୍ଷରେ ଚଳିତ ବର୍ଷର ରୂପରେଖ ଯେମିତି ପୁନରାବୃତ୍ତି ନ ହେଉ । କରୋନାର ଅନ୍ତ ଘଟୁ । ପୃଥିବୀ ପୁଣି ସ୍ବାଭାବିକ ହୋଇ ଉଠୁ ।

pc pk
Leave A Reply

Your email address will not be published.