ବଲାଙ୍ଗିର ଏଜୁକେଶନ୍ ଫାଉଣ୍ଡେଶନ୍‌ର ପ୍ରତିଷ୍ଠା ଦିବସ

  • ଶିକ୍ଷାର ବିକାଶ ହେଲେ ସାମାଜିକ, ଅର୍ଥନୈତିକ ବିକାଶ ହେବ : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏଜୁକେସନ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠା ଦିବସ ସ୍ଥାନୀୟ ପିପି ଏକାଡେମୀ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ଡଃ. ସୁଷମା ମଞ୍ଜରୀ ନାୟକଙ୍କ ସଭାପତିତ୍ୱରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଏବଂ ପ୍ରଫେସର ଡଃ. ମଧୁସୂଦନ ପତି ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଏହି ସଭାରେ ଫାଉଣ୍ଡେଶନର ଉପଦେଷ୍ଟା ଡଃ. ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ସମ୍ପାଦକ ନବୀନ କୁମାର ନାୟକ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ପୂର୍ବତନ ବିଧାୟକ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଶିକ୍ଷାର ବିକାଶ ହେଲେ ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ବୋଲି କହିଛନ୍ତି । ପ୍ରାୟ ୭୦୦ ବର୍ଷ ତଳେ ଏଠାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ରହିଥିଲା । ଗନ୍ଧମାର୍ଦ୍ଦନ ଏବଂ ରାଣୀପୁର – ଝରିଆଲ ଠାରେ ୨ ଟି ବିଶ୍ୱବିଦ୍ୟାଳୟ ରହିଥିଲା । ଏଠାରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ମଧ୍ୟ ରହିଥିଲା । ତେବେ ଗଣତନ୍ତ୍ର ଶାସନ ଭୁଷୁଡି ପଡିବା ପରେ ଏହି ଅଞ୍ଚଳ ପଛୁଆ ଅଞ୍ଚଳ ହୋଇଗଲା । ୧୯୯୦ ମସିହାରେ ସରକାରରେ ମୁଁ ଥିଲା ବେଳେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସଂକ୍ରାନ୍ତୀୟ ନିୟମ ପରିବର୍ତ୍ତନ କରାଗଲା ପରେ ଯାଇ ପଶ୍ଚିମ ଓଡିଶାରେ ଏକାଧିକ ସ୍କୁଲ ଖୋଲିଥିଲା ବୋଲି ପୂର୍ବତନ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ମୁଖ୍ୟବକ୍ତା ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ପ୍ରାଥମିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଥିଲେ । ଶିକ୍ଷାକ୍ଷେତ୍ରରେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ପାଇଁ ବଲାଙ୍ଗିର ଏଜୁକେଶନ ଫାଉଣ୍ଡେସନର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ସଭାରେ ଉପଦେଷ୍ଟା ଡଃ. ମହାପାତ୍ର ଫେଉଣ୍ଡେଶନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଭାପତି ଡଃ. ନାୟକ ଶିକ୍ଷାର ବିକାଶ ଏକମାତ୍ର ଲକ୍ଷ୍ୟ ବୋଲି କହିଥିଲେ । ଶେଷରେ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଙ୍ଗଠନ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!