
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମଠାରେ ପାଟଣାରାଜ ଦଣ୍ଡସେନା କଲାର ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାରାଜ ମଣ୍ଡେଲେଶ୍ୱର ଗଙ୍ଗେଶ୍ୱର ନେଓରା ଓ ସଭାପତି ସୁରେଶ ଚନ୍ଦ୍ର ନେଓରାଙ୍କ ସଭାପତିତ୍ୱରେ ଆୟୋଜିତ ପାଟଣାରାଜ କଲାର ସମ୍ପାଦକ ଖଗେଶ୍ୱର ଦଣ୍ଡସେନା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ପାଟଣାରାଜ ଅଞ୍ଚଳରେ ବସବାସ କରୁଥିବା କଲାର ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବା ସହ ନାରୀ ଶିକ୍ଷାର ବିକାଶ ସହିତ ସମାଜରୁ କୁସଂସ୍କାର ଦୂର କରିବା ନିମନ୍ତେ ଗୁରୁତ୍ଵାରୋପ କରାଯାଇଥିଲା । କୋଷାଧ୍ୟକ୍ଷ ରାଜେଶ ନେଓରା ବାର୍ଷିକ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ଏଥିରେ ଯୋଗେଶ୍ୱର ସୁନାନୀ, ରମେଶ ନେଓରା, ଆଶିଷ ନେଓରା, ଜୟଲାଲ ଦଣ୍ଡସେନା, ମାୟାରାମ ଦଣ୍ଡସେନା, ଦୁର୍ଯ୍ୟୋଧନ ଦଣ୍ଡସେନା, ଡିଙ୍ଗର ନେଓରା, ମୋହନ ନେଓରା, ପୁରନ୍ଦର ନେଓରା, ବିଶ୍ଵମ୍ବର ଦଣ୍ଡସେନା, ପୁରନ୍ଦର ନେଓରା, ଟେକରାମ ସୁନାନୀ, ଭାଗିରଥି ସାହାଡ଼ା, ରଂଜିତ ଦଣ୍ଡସେନା, ସରୋଜ ନେଓରା, ପ୍ରକାଶ ଦଣ୍ଡସେନା, ପ୍ରଦୀପ ନେଓରା, ଲୁକେଶ୍ୱର ସୁନାନୀ, ରାଜକୁମାର ଦଣ୍ଡସେନା, ପ୍ୟାରେଲାଲ ନେଓରା ଓ ମୋତିଲାଲ ନେଓରାଙ୍କ ସହ ସମାଜର ଶତାଧିକ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।